କ୍ରସଓ୍ବାକ୍ ଟ୍ରଷ୍ଟ ପକ୍ଷରୁ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା

0

 ଭୁବନେଶ୍ୱର (ଶାସକ ପ୍ରଶାସକ) :କ୍ରସଓ୍ବାକ୍ ଟ୍ରଷ୍ଟ ପକ୍ଷରୁ ସମସ୍ତ କରୋନା ଯୋଦ୍ଧା ସଫେଇ କର୍ମଚାରୀ ମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ଆଶିଷ ମିଶ୍ର ଏବଂ ଭୁବନେଶ୍ବର ଯୁବ ବିଜେଡ଼ି କାର୍ଯ୍ୟକାରି ସଭାପତି ତଥା ପୂର୍ବତନ କର୍ପୋରେଟର ଇଂ. ସୁଜିତ କୁମାର ସ୍ବାଇଁ ଯୋଗ ଦେଇ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ। ସଫେଇ କର୍ମଚାରୀ ମାନଙ୍କୁ ପୁଷ୍ପ ହାର ପିନ୍ଧାଇବା ପରେ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। କ୍ରସଓ୍ବାକ୍ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ସେଟଲର ଲାମୁଏଲ୍ ପାତ୍ର, ଟ୍ରଷ୍ଟି ସତ୍ୟଜିତ ସାମୁଏଲ୍,ଲିଳିମା ନାୟକ ଏବଂ ଲିଗାଲ ଆଡଭାଇଜର ଦେବେନ୍ଦ୍ର ସ୍ବାଇଁ ପ୍ରମୁଖ ଏହି  କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.