୫%ଙ୍କ ପାଇଁ ନିନ୍ଦିତ ସିନା, ୫%ଙ୍କ ଭଲ କାର୍ଯ୍ୟପାଇଁ ପ୍ରଶଂସିତ ପ୍ରବାସୀ 

0

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ରେଳ ଷ୍ଟେସନରୁ ବସରେ ଆସି ରାତ୍ର ୨ ଘଣ୍ଟାରେ ୭୫ ଜଣ ପ୍ରବାସୀ ଓଡ଼ିଆ ପହଞ୍ଚିଲେ ବୁଗୁଡା ବ୍ଲକର ତାଳସାକାର ଗ୍ରାମ ମହମାୟୀ ହାଇ ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ୫୯ ଜଣ ପୁରୁଷ,୯ ଜଣ ମହିଳା ଓ ୭ ଜଣ ଶିଶୁଙ୍କୁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ଖୋଳଖାଳି ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟମଣୀ ଗୌଡ଼ ସ୍ୱାଗତ ଜଣାଇ ନେଇଥିଲେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ। ସକାଳେ ପହଞ୍ଚିଥିଲେ ସ୍କୁଲର କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର । ସାଇ ପ୍ରେମୀ ଗୋପାଳ ପାତ୍ର ପ୍ରିୟଜନ ଭାଷାରେ ଏପରି ବିମୋହିତ କଲେଯେ ସମସ୍ତ ପ୍ରବାସୀ ଓଡ଼ିଆ ସାମାଜିକ ଦୂରତା ବଜାୟ ରଖି ଶିକ୍ଷକ ଶ୍ରୀ ପାତ୍ରଙ୍କ ଠାରୁ ଶୃଙ୍ଖଳିତ ଭାବେ ପ୍ରଣାୟମ ଓ ଯୋଗ ଶିକ୍ଷା ଲାଭ କଲେ। ଏଥି ସହିତ ସ୍କୁଲ ପରିବେଶକୁ ସଫା ସୁତୁରା କରି ଗ୍ରାମବାସୀଙ୍କ ପ୍ରିୟଭାଜନ ହୋଇ ଆତ୍ମୀୟତା ସୃଷ୍ଟି କରିପାରିଛନ୍ତି। ପ୍ରଥମେ ଅଳ୍ପ କେତ ଜଣ ସୁରାଟ ଫେରନ୍ତା ବ୍ୟକ୍ତି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି କରିବା ଯୋଗୁଁ ପ୍ରବାସୀ ଓଡ଼ିଆ ଭାଇମାନଙ୍କ ପ୍ରତି ଜନସାଧାରଣ ଯେଉଁ ଖରାପ ମନୋଭାବ ପୋଷଣ କରିଥିଲେ ତାହା ଏହି ପ୍ରବାସୀ ଓଡ଼ିଆ ଭାଇମାନଙ୍କ ଯୋଗୁଁ ସମଗ୍ର ପ୍ରବାସୀଙ୍କ ପ୍ରତି ମନୋଭାବ ବଦଳି ସ୍ନେହ ଓ ଶ୍ରଦ୍ଧା ଭରି ଯାଇଛି। ପ୍ରବାସୀ ଓଡ଼ିଆ ଏବଂ ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧି ଙ୍କ ମଧ୍ୟରେ ସମନ୍ୱୟ ରହି ଠିକ ଭାବେ ସମସ୍ତ ସରକାରୀ ନିୟମକୁ ମାନି ଚଳିଲେ ଆମେ କରୋନା ବିରୋଧରେ ନିଶ୍ଚିତ ଭାବେ ବିଜୟ ଲାଭ କରିପାରିବା।

Leave A Reply

Your email address will not be published.