ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତ ମଇ ୮ ତାରିଖ ଠାରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସକାଳ ୧୧ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ୨୦ ଘଣ୍ଟିଆ ସଟ ଡାଉନ ଘୋଷଣା କରିଛି। ବୁଗୁଡା ବ୍ଲକରେ ପ୍ରଥମ ପଞ୍ଚାୟତ ଭାବେ ମାଣିତରା ପଞ୍ଚାୟତ ଯିଏକି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତର ସମସ୍ତ ଗ୍ରାମରେ ସଟ ଡାଉନ ଲାଗୁ କରିଛନ୍ତି। ବୋଧହୁଏ ମାଣିତରା ପଞ୍ଚାୟତ ସାରା ଓଡ଼ିଶାରେ ପ୍ରଥମ ପଞ୍ଚାୟତ ଭାବେ କରୋନା ମୁକାବିଲା ପାଇଁ ଏହି କ୍ଷମତା ପ୍ରୟୋଗ କରିଛି। ଯାହା ଫଳରେ ସକାଳ ୭ ଘଣ୍ଟାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ କେବଳ ତେଜରାତି ଓ ପନିପରିବା ଦୋକାନ ଖୋଲା ରହିବା ସହ ଔଷଧ ଦୋକାନ ଦିନ ଓ ରାତି ଖୋଲା ରହିପାରିବ। ମାଣିତରା ପଞ୍ଚାୟତର କେବଳ ନଗୁଡୁ ଗ୍ରାମକୁ ବାଦଦେଲେ ଭୋଗଡା,ମାଣିତରା, ତାମ୍ବୀରି, ମକରାପଲ୍ଲୀ, ସାପୁଆପଲ୍ଲୀ ଓ ମଙ୍ଗରାଜପୁର ଗ୍ରାମର ମଧ୍ୟ ଭାଗରେ ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ଫେରନ୍ତା ବ୍ୟକ୍ତିମାନେ ରହୁଥିବା ଯୋଗୁଁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ସଟ ଡାଉନ ଘୋଷଣା କରାଯାଇଥିବା ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ ପ୍ରକାଶ କରିଛନ୍ତି। ମାଣିତରା ପଞ୍ଚାୟତର ସମସ୍ତ ଜନସାଧାରଣ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.