କୋଟାରେ ଫସିଥିବା ପିଲାଙ୍କୁ ଫେରାଇ ନେବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋତ 

0 2

ପାଠ ପଢିବାକୁ ଯାଇ କୋଟାରେ ଫସିଛନ୍ତି ଓଡ଼ିଶାର ୧୦୦୦ ଛାତ୍ରଛାତ୍ରୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) କୋଟା ରେ ଫସିଥିବା ଓଡ଼ିଶା ତଥା ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମାନବିକତା ଦୃଷ୍ଟିରୁ ନିଜ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ରାଜସ୍ଥାନ ସରକାର ଅନୁରୋଧ କରିଛନ୍ତି | ଜାମ୍ମୁ କାଶ୍ମୀର ଛାତ୍ରଛାତ୍ରୀମାନଙ୍କ ସକୁଶଲ ଲେଉଟାଣି ପାଇଁ ରାଜସ୍ଥାନ ସରକାର ଉଦ୍ୟମ ଆରଂଭ କରିଥିବା  ପରିପ୍ରେକ୍ଷୀରେ କୋଟାରେ ଫସିଥିବା ଓଡ଼ିଶାର ପ୍ରାୟ ୧୦୦୦ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇପାରେ ବୋଲି ଆଶା କରାଯାଉଛି |

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ତାଙ୍କ ସରକାରୀ ଟୁଇଟର ହାଣ୍ଡଲରେ ଉଲ୍ଲେଖ କରିଛନ୍ତି ବର୍ତ୍ତମାନ ବିହାରର ୧୧୦୦୦, ଝାରଖଣ୍ଡର ୩୦୦୦, ପଶ୍ଚିମବଙ୍ଗର ୨୫୦୦, ଛତିଶଗଡର ୨୫୦୦, ମହାରାଷ୍ଟ୍ରର ୧୮୦୦ ଓ ଓଡ଼ିଶାର ୧୦୦୦ ପିଲା ରହିଛନ୍ତି | ଏହି ପିଲାମାନଙ୍କୁ ସେମାନଙ୍କ ପରିବାରକୁ ଫେରାଇବା ପାଇଁ ରାଜ୍ୟ ସରକାର ମାନେ ରାଜସ୍ଥାନ ସରକାରଙ୍କ ସହ ମାନବିକତା ଦୃଷ୍ଟିକୋଣରୁ ସହଯୋଗ କରିବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଅନୁରୋଧ କରାଯାଇଛି |

କୋଟାରେ  ଫସି ରହିଥିବା ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବା ପାଇଁ ବରଗଡ଼ ବିଜେପୁରର ସାମାଜିକ କର୍ମୀ ଦିବସ କୁମାର ସାହୁ ରାଜ୍ୟ ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି |    

 

Leave A Reply

Your email address will not be published.