ଖଇରଭାଡ଼ିର ସହଦେବ ଦାସ ଦୀର୍ଘ ୩୦ବର୍ଷରୁ ଆବାସ ଯୋଜନାରୁ ବଞ୍ଚିତ।

0 2

ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ସହର ସହ ଜିଲ୍ଲା ଗୁଡିକରେ ଉଭୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ମଧ୍ୟରୁ ଆଭାସ ଯୋଜନା ଅନ୍ୟତମ ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଶ୍ରେଣୀର ପ୍ରକୃତ ହିତାଧିକାରୀ ଙ୍କ ପାଇଁ ପ୍ରସ୍ତୁତ  ହେଉଥିବା ବେଳେ ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ ଦଶପୁର ପଞ୍ଚାୟତର ଖଇରଭାଡ଼ି ଗ୍ରାମର ସହଦେବ ଦାଶ ଏ ପ୍ରଯନ୍ତ ପାଇ ପାରିନାହାନ୍ତି   ପ୍ରଧାନମନ୍ତ୍ରୀ ଆବାଶ ଯୋଜନାରୁ ଘର ଖଣ୍ଡିଏ।ସୂଚନା ଅନୁସାରେ ଖଇର ଭାଡ଼ି ର ସହଦେବ ଦାସ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଦ ହେବ ଏହି ଗ୍ରାମରେ ସ୍ଥାୟୀ ବାସୀନ୍ଧା ଭାବେ ରହିଆସୁଛନ୍ତି। ଯେଉଁଥିରେ ସେ ଦଶପୁର ପଞ୍ଚାୟତ ଅନ୍ତର୍ଗତ ସୁରଡ଼ା ଗ୍ରାମରେ ଥିବା ଭଗବତ ମନ୍ଦିର ରେ ପୂଜକ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏବଂ ନିଜ ପରିବାର ର ଭରଣ ପୋଷଣ କରିଆସୁଛନ୍ତି।ଯେଉଁଥିରେ ତାଙ୍କର ଦୁଇ ଟି ଝିଅ ଓ ସ୍ତ୍ରୀ ଙ୍କୁ ନେଇ ତାଙ୍କ ସଂସାର ଥିବାବେଳେ ଦୁଇ ଝିଅଙ୍କୁ ବିବାହ ମଧ୍ୟ କରିସାରିଛନ୍ତି।ହେଲେ ଏହି ଖଇର ଭାଡ଼ି ଗ୍ରାମର ୩୦ବର୍ଷ ରୁ ସ୍ଥାୟୀ ବାସୀନ୍ଧା ଭାବେ ରହି ଆସିଥିଲେ ସୁଦ୍ଧା ଏ ପ୍ରଯନ୍ତ ମୁଣ୍ଡ ଗୁଞ୍ଜିବାକୁ ସରକାରଙ୍କ ପ୍ରଧାନ ମନ୍ତ୍ରୀ ଯୋଜନା କି ଇନ୍ଦିରା ଆବାଶ ଯୋଜନା ଭଳି କୌଣସି ସରକାରୀ ଯୋଜନା ପାଇ ପାରିନାହାନ୍ତି ଏ ପ୍ରଯନ୍ତ। ଝାଟି ମାଟି ଦେଇ ମୁଣ୍ଡ ଗୁଞ୍ଜି ରହିଆସୁଛନ୍ତି ଦୀର୍ଘ ବର୍ଷରୁ ସହଦେବ ଦାସ ଙ୍କ ପରିବାର।ରାତି ଦିନ ତାଙ୍କ ପାଇଁ ସମାନ ସଦୃଶ ସାଜିଛି। ରାତ୍ରି ରେ ଚନ୍ଦ୍ର, ଓ ଦିନରେ ସୂର୍ଯ୍ୟ ଯେମିତି ତାଙ୍କ ବାଲ୍ୟାବସ୍ଥା ବନ୍ଧୁ ସାଜିଯାଇଛନ୍ତି ଏହି ୩୦ବର୍ଷରେ।ଏହି ଝାଟି, ମାଟି, ଘରେଦୁଇ ଦୁଇ ଟି ଝିଅଙ୍କୁ ବାହା ଦେଇ ସାରିଛନ୍ତି।ଗୋଟିଏ  ଜାଗାରେ ରନ୍ଧା, ବଢ଼ା,ସହ ଶୋଇବା,ବସିବା,ହୋଇଥାଏ।ଝାଟି ମାଟି କଥା ନ କହିଲେ ଭଲ। ନାମକୁ ମାତ୍ର ଝାଟି ମାଟି ଜଣେ ତାଙ୍କ ଝାଟି ମାଟି ପାଖକୁ ଯିବା ପୂର୍ବରୁ ସେହି ଝାଟି, ମାଟି ବଖାଣି ଦେଉଛନ୍ତି ସହଦେବ ଦାଶ ଙ୍କ ୩୦ବର୍ଷର କାହାଣୀ।ହେଲେ ଏବେବି ତାଙ୍କ ମନରେ କାହାପ୍ରତି ନାହିଁ ରାଗ,ରୋଷ,କି ଅଭିମାନ।ଜୀବନର ଶେଷ ପ୍ରଯ୍ୟାୟରେ ପହଞ୍ଚି ଥିବା ସହଦେବ ଦାସ କିନ୍ତୁ ନିଜ ମତବ୍ୟକ୍ତ ରଖିଛନ୍ତି। ଯଦି ସତରେ ସରକାର ଙ୍କ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଇଁ ଥାଏ ଏବଂ ଆଜିବି ଲୋକଙ୍କ ମାନବିକତା ରହିଥାଏ। ତେବେ ଧର୍ମର ନିଶ୍ଚୟ ଜୟ ହେବ ବୋଲି ବୃଦ୍ଧାବସ୍ଥା ରେ ପଦାର୍ପଣ କରିସାରିଥିବା ପୂଜକ ସହଦେବ ଦାସ  ନିଜ ଆନ୍ତରିକ ବାଣୀ ପ୍ରକାଶ କରିଛନ୍ତି। ସେପଟେ ପୁଇଁତଲା ବ୍ଲକ ଅଧିକାରୀ ଶ୍ରୀ ରବିନାରାୟଣ ଆଚାର୍ଯ୍ୟ  ଯଥାଶୀଘ୍ର ଏହାର ତଦନ୍ତ ହେବ ଓ ପ୍ରଶାସନିକ ଅନୁଯାୟୀ ଉତ୍ତମ ପଦକ୍ଷେପ ନିଆଯିବ ବୋଲି ମତ ବ୍ୟକ୍ତ ରଖିଛନ୍ତି।

Leave A Reply

Your email address will not be published.