୬୦ ଘଣ୍ଟିଆ ସଟ୍ ଡାଉନରେ ବାଲେଶ୍ୱର, ଯାଜପୁର ଓ ଭଦ୍ରକ 

0 2

ତିନି ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରେଇବେ 

ପୋଲିସ୍ ମହାନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ୨୭ ପ୍ଲାଟୁନ୍ ପୋଲିସ୍ ନିୟୋଜିତ 

ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ରାତି ୧୦ଟାରୁ ୨୬ ତାରିଖ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ସଟ୍ ଡାଉନ୍ (ସଂପୂର୍ଣ୍ଣ ବନ୍ଦ) ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛିା ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଏକ ଜରୁରୀ ପ୍ରେସ୍ ବିିବୃତ୍ତିରେ ସରକାରଙ୍କ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତିା

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ  କହିଛନ୍ତି ଭୁବନେଶ୍ୱରରେ ଗତ ଅପ୍ରେଲ ୪ ଓ ୫ ତାରିଖ ଦୁଇଦିନ ଧରି ଲାଗୁ କରାଯାଇଥିବା ସଟ୍ ଡାଉନ୍ କୋଭିଡ୍-୧୯ ସଂକ୍ରମଣ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲାା ଏହା ଫଳରେ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍-୧୯ ପଜିଟିଭଙ୍କ  ସଂଖ୍ୟା ବୃଦ୍ଧି ପାଇନାହିାଁ ମାତ୍ର ଏବେ କିଛି ଦିନ ଧରି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କୋଭିଡ୍-୧୯ ପଜିଟିଭଙ୍କ  ସଂଖ୍ୟା ବୃଦ୍ଧି ପାଇଥିବା ଦୃଷ୍ଟିରୁ ସଂକ୍ରମଣ ପ୍ରତିରୋଧ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତିା ଆଜି ରାତି ୧୦ଟାରୁ ଆସନ୍ତା ରବିବାର ସକାଳ ୧୦ଟା ପର୍ଯ୍ୟନ୍ତ ୬୦ ଘଣ୍ଟା ପାଇଁ ଉପରୋକ୍ତ ତିନୋଟି ଜିଲ୍ଲାରେ “ସଟ୍ ଡାଉନ୍’ ଲାଗୁ କରାଯାଇଛିା 

ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ ନଂ ୬୧ରୁ ୮୯ ପର୍ଯ୍ୟନ୍ତଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ରୁ ଗୋଟିଏକୁ ବାଦଦେଲେ ବାକି ସମସ୍ତ ଏହି ତିନୋଟି ଜିଲ୍ଲାରୁ ଆସିଛିା ପଶ୍ଚିମବଙ୍ଗରୁ ସଂକ୍ରମଣ ଲିଙ୍କ ରହିଥିବା ଜଣାଯାଇଛିା ତେଣୁ ଏହି ଜିଲ୍ଲା ସହିତ ପଡେ଼ାଶୀ ରାଜ୍ୟ ସଂପୃକ୍ତ ସୀମାନ୍ତକୁ ସିଲ୍ କରାଯିବ ଏବଂ ଏଥି ପାଇଁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ୨୭ ପ୍ଲାଟୁନ୍ ପୋଲିସ୍ ନିୟୋଜିତ ରହିଛନ୍ତିା ଆବଶ୍ୟକ ହେଲେ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯିବା ଅନୁରୂପ ଭାବରେ ଏହି ତିନୋଟି ଜିଲ୍ଲାରେ ସଂକ୍ରମଣ ପ୍ରତିରୋଧ ପରିଚାଳନା ପାଇଁ ତିନି ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛିା  

ଅସାଧାରଣ ସମୟରେ ଅସାଧାରଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ୬୦ ଘଣ୍ଟିଆ ସଟ୍ ଡାଉନ୍ ସମୟରେ ଏହି ତିନୋଟି ଜିଲ୍ଲାରେ ସମସ୍ତ ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିବ | ଜିଲ୍ଲାବାସୀଙ୍କୁ ଘରେ ରହିବାକୁ ପଡ଼ିବା କେବଳ ସଂପୃକ୍ତ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ମୁତାବକ ଔଷଧ ଦୋକାନ ଓ ଜରୁରୀକାଳୀନ ଡାକ୍ତରୀ ଚିକିତ୍ସା ସେବା ଉପଲବ୍ଧ ହେବା ଏହି ଜିଲ୍ଲାଗୁଡ଼ିକରେ କୋଭିଡ୍-୧୯ ସଂକ୍ରମିତ ରୋଗୀଙ୍କର କଣ୍ଟାକଫ ଟ୍ରେସିଂ, କଣ୍ଟେନ୍ମେଣ୍ଟ ଅଞ୍ଚଳ ଚିହ୍ନଟ, କୋଭିଡ୍ ପରୀକ୍ଷଣ କ୍ଷମତା ବୃଦ୍ଧି ସାଙ୍ଗକୁ ରୋଗ ନିରୀକ୍ଷଣ, ପରିମଳ ଇତ୍ୟାଦି ସଂପର୍କିତ ପଦକ୍ଷେପକୁ ବ୍ୟାପକ କରାଯିବା କର୍ଫ୍ୟୁ ଭଳି ଏପରି ପରିସ୍ଥିତିରେ ସରକାରଙ୍କୁ ସମସ୍ତ୍ର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦୃଷ୍ଟିରୁ ଏହି ତିନୋଟି ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବାକୁ ପଡ଼ିବ ଏବଂ ସରକାରଙ୍କ ପଦକ୍ଷେପକୁ ସର୍ବାନ୍ତକରଣରେ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତିା 

 

Leave A Reply

Your email address will not be published.