୧୭ ନମ୍ବର ୱାର୍ଡରୁ ଆସିଥିବା ବ୍ୟକ୍ତି ହଟହଟାର ସମ୍ମୁଖୀନ

0

ବାରିପଦା(ଦିଲ୍ଲୀପ ମହାନ୍ତି)- ବାଲେଶ୍ୱର ଜିଲ୍ଲାରୁ ୧୭ ନମ୍ବର ୱାର୍ଡକୁ ଗାଡ଼ିରେ ଆସିଥିବା ସନ୍ଦେହରେ ଯଶୀପୁର ଅଞ୍ଚଳର କେତେକ ବ୍ୟକ୍ତିଙ୍କୁ ୱାର୍ଡବାସୀଙ୍କ ଦ୍ୱାରା ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି । ଯଶୀପୁର ଅଞ୍ଚଳର ଜଣେ ମହିଳା ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଯଶୀପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ବାରିପଦା ପିଆରଏମ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଇଥିଲେ । ପରିବାରର ସଦସ୍ୟମାନେ ରୋଗୀକୁ ଧରି ବାରିପଦାରେ ପହଁଞ୍ଚିବା ପରେ ସାଥୀରେ ଆଣିଥିବା କିଛି ଜିନିଷକୁ ୧୭ ନମ୍ବର ୱାର୍ଡରେ  ଥିବା ବନ୍ଧୁଙ୍କ ଘରେ ରଖି ହସପିଟାଲ ଯିବା ନିମନ୍ତେ ପହଁଞ୍ଚିଥିଲେ । ମାତ୍ର ୱାଡର଼୍ବାସୀ ବାଲେଶ୍ୱର ଅଞ୍ଚଳରୁ ଆସିଥିବାର ସନେ୍ଦହ କରି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ଏବଂ ମାଜିଷ୍ଟ୍ରେଟ   କ୍ଷମତା ପ୍ରାପ୍ତ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ ୧୭ ନମ୍ବର ୱାର୍ଡରେ ପହଁଞ୍ଚି ସେମାନଙ୍କୁ ଉଦ୍ଧାର କରି ରୋଗୀକୁ ହସପିଟାଲରେ ଭର୍ତ୍ତି କରଇବାର ବ୍ୟବସ୍ଥା କରାଇଥିଲେ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.