କରୋନା ବେଳେ ବି ଚାଲିଛି ଜୁଆ

0

ଆଡ୍ଡା ଉପରେ ଚଢ଼ାଉ: ୩ ଟି ବାଇକ ,୮ ଟି ମୋବାଇଲ, ୫୮୫୦ ଟଙ୍କା ଜବତ,୯ ଜଣ ଗିରଫ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ଥାନା,ବାଲିପଦର ଫାଣ୍ଡି ଅନ୍ତର୍ଗତ ସୋରଡ଼ ଗ୍ରାମରେ ରବିବାର ଦିନ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୯ ଜଣ ଜୁଆଡ଼ିକୁ ଗିରଫ କରିବା ସହ ୩ ଗୋଟି ବାଇକ, ୮ ଗୋଟି ମୋବାଇଲ ଓ ୫୮୫୦ ଟଙ୍କା ଜବତ କରାଯାଇଛି। ସୋରଡ଼ ଗ୍ରାମରେ ଜୁଆ ଖେଳ ଚାଲିଥିବା ଖବର ପାଇ ବୁଗୁଡା  ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀଙ୍କ ନେତୃତ୍ୱରେ ବାଲିପଦର ପୋଲିସ ବାହିନୀ ସୋରଡ଼ ଗ୍ରାମରେ ପହଞ୍ଚି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୯ ଜଣ ଜୁଆଡ଼ିକୁ କାବୁକରି ଗିରଫ କରିଥିଲେ। ସେମାନଙ୍କ ଠାରୁ ୫୮୫୦ ଟଙ୍କା ,୮ ଟି ମୋବାଇଲ ଓ ୩ ଟି ବାଇକ ଜବତ ହେବାସହ ବୁଗୁଡା ଥାନା କେଶ ୯୮ / ୨୦୨୦ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି। ଆସନ୍ତା କାଲି ଗିରଫ ୯ ଜଣ ଜୁଆଡ଼ିକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.