ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତାଭ୍ ବଚ୍ଚନଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 2

ଆରୋଗ୍ୟ ସେତୁ ଆପକୁ  ଲୋକପ୍ରିୟ କରିବା ପାଇଁ ସେଲର ଉଦ୍ୟମ ଓ କରୋନା ମୁକାବିଲାରେ ତୈଳ କମ୍ପାନୀର କାର୍ଯ୍ୟକୁ ପ୍ରଶଂସା ପ୍ରସଙ୍ଗ

• କରୋନା ଯୁଦ୍ଧରେ ଆମର ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ନିଷ୍ଠାପର ଉଦ୍ୟମ କରୁଛନ୍ତି

• ଅମିତାଭ ବଚ୍ଚନଙ୍କ ଶବ୍ଦ ଆମର କରୋନା ଯୋଦ୍ଧାଙ୍କୁ ଅଧିକ ଉତ୍ସାହ ପ୍ରଦାନ କରିବ

• ଆମର ସମସ୍ତ କର୍ମଚାରୀ ପୂରା ଉତ୍ସାହ ସହିତ ଦେଶ ସହ ଛିଡା ହୋଇଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)– ଆରୋଗ୍ୟ ସେତୁ ଆପକୁ ଲୋକପ୍ରିୟ କରିବା ପାଇଁ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ (ସେଲ୍)ର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିବା ବେଳେ କରୋନା ଯୁଦ୍ଧରେ ପେଟ୍ରୋଲିୟମ ବିଭାଗ ତଥା ତୈଳ କମ୍ପାନୀର କାର୍ଯ୍ୟକୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ବଲିଉଡର ସୁପରଷ୍ଟାର ଅମିତାଭ୍ ବଚ୍ଚନ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତାଭ ବଚ୍ଚନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦି ସେଲ୍ର ଏକ ଟ୍ୱିଟ୍କୁ ରିଟ୍ୱିଟ୍ କରି କହିଛନ୍ତି ଯେ ଏହା ଏକ ଭଲ ପ୍ରୟାସ । ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ୍ କରିବା ପାଇଁ ଲୋକପ୍ରିୟ କରିବା ଏବଂ ଲୋକଙ୍କୁ ଏହି ଆପ୍ ଡାଉନଲୋଡ୍ କରିବା ପାଇଁ ଉତ୍ସାହ ପ୍ରଦାନ କରିବାରେ ସଂଗଠନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ।

ପ୍ରଧାନମନ୍ତ୍ରୀଙ୍କ ଏହି ମତକୁ ଶ୍ରୀ ପ୍ରଧାନ ରିଟ୍ୱିଟ୍ କରି କହିଛନ୍ତି ଯେ ଭାରତ ଓ କରୋନା ମହାମାରୀ ଯୁଦ୍ଧରେ ଆମର ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ନିଷ୍ଠାପର ଉଦ୍ୟମ କରୁଛନ୍ତି । ପିଏସୟୁ ଗୁଡିକ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ,ଅସହାୟଙ୍କୁ ଖାଦ୍ୟ ଯୋଗାଇବା ଏବଂ ଅନେକ ପଦକ୍ଷେପ ଜରିଆରେ ଜନସଚେତନତା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅପରପକ୍ଷରେ ଅମିତାଭ ବଚ୍ଚନଙ୍କ ଟ୍ୱିଟ୍କୁ ରିଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଶବ୍ଦ ଆମର କରୋନା ଯୁଦ୍ଧାଙ୍କୁ ଅଧିକ ଉତ୍ସାହ ପ୍ରଦାନ କରିବ । କରୋନା ବିରୋଧୀ ଲଢେଇରେ ଆମର ସମସ୍ତ କର୍ମଚାରୀ ପୂରା ଉତ୍ସାହ ସହିତ ଦେଶ ସହ ଛିଡା ହୋଇଛନ୍ତି । ଦେଶବାସୀଙ୍କ ସହଯୋଗ ଏବଂ ସମସ୍ତଙ୍କ ଉତ୍ସାହିତ କାରଣରୁ ଭାରତ ଏହି ଅଦୃଶ୍ୟ ଶତ୍ରୁ ଉପରେ ନିଶ୍ଚିତ ବିଜୟ ପ୍ରାପ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସୂଚନାଯୋଗ୍ୟ, ବଲିଉଡର ବିଗ୍ ବି ଅମିତାଭ୍ ବଚ୍ଚନ ଟ୍ୱିଟ୍ କରି କହିଛନ୍ତି ଯେ କରୋନା ଯୁଦ୍ଧରେ ପେଟ୍ରୋଲିୟମ ବିଭାଗ, ତୈଳ କମ୍ପାନୀର କାର୍ଯ୍ୟ ପ୍ରଶଂସନୀୟ । ଏଥିରୁ ଇଣ୍ଡିଆନ୍ ଅଏଲ ପୂରା ଉତ୍ସାହର ସହିତ ଉର୍ଜାର ଯୋଗାଣକୁ ସୁନିଶ୍ଚିତ କରୁଛି । ଏହି ନିରନ୍ତର ଉର୍ଜା ପ୍ରଦାନ ଏବଂ ସଫଳ ପରିଚାଳନାରେ ସାମିଲ ବିଶେଷଭାବରେ ଗ୍ୟାସ ଏବଂ ପେଟ୍ରୋଲ ପମ୍ପର ଡେଲିଭର କର୍ମଚାରୀଙ୍କୁ କୋଟି କୋଟି ଧନ୍ୟବାଦ । 

Leave A Reply

Your email address will not be published.