ବୁଗୁଡା ଏନଏସିରେ ଆର.ଆର.ଟିମର ୩ ଗୋଟି ୱାର୍ଡରେ ସଙ୍ଗରୋଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

0 2

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଏନଏସିର ୩, ୫ ଓ ୬ ନମ୍ବର ୱାର୍ଡରେ ଗୁରୁବାର ଦିନ ଆର.ଆର.ଟିମ ପକ୍ଷରୁ ଡାକ୍ତର ପଦରାବିନ୍ଦ ଷଡଙ୍ଗୀ, ଡାକ୍ତର ହିମାଂଶୁ ଶେଖର ପଣ୍ଡା, ଓ ଡାକ୍ତର ଚିନ୍ମୟୀ ସାମନ୍ତରା ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ବାହାରୁ ଯେଉଁ ବ୍ୟକ୍ତିମାନେ ଆସିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୧୪ ଦିନ ପାଇଁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା। ପ୍ରତିଦିନ ଅଙ୍ଗନବାଡି ଓ ଆଶା କର୍ମୀମାନେ ସେମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝି କରି ଆସୁଥିଲେ। ତଥାପି ସେମାନେ କାଳେ ତଥ୍ୟ ଲୁଚାଉଥିବେ ଭାବି ରାଜ୍ୟ ସରକାର ଆର.ଆର. ଟିମ ଗଠନ କରି ଡାକ୍ତରମାନଙ୍କୁ ସେମାନଙ୍କ ଘରକୁ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଜଣାପଡିଛି । ଆଜିର ପରୀକ୍ଷା ବେଳେ କାହାର ମଧ୍ୟ କରୋନା ଲକ୍ଷଣ ନଥିବା ଡାକ୍ତର ଶ୍ରୀ ଷଡଙ୍ଗୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.