ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର। 

0 2

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ଚିକିତ୍ସାଧିକାରୀ ଏସ.କେ ପରିଡା,ପଦ୍ମପୁର ଏନଏସି ଅଧ୍ୟକ୍ଷ ଜୟନ୍ତ କୁମାର ସାହୁ ଓ ବ୍ୟବସାୟୀ ସଙ୍ଘ ସଭାପତି ପ୍ରତାପ ମିଶ୍ର ଯୋଗଦେଇ ଥିଲେ । ଏହି ଶିବିରରେ ଦଶଜଶ ସ୍ବେଚ୍ଛାସେବୀ ରକ୍ତ ଦାନ କରିଥିଲେ ।ରକ୍ତଦାତା ମାନେ ହେଲେ ଦିପକ ଅଗ୍ରୱାଲ, ଜୟ ପ୍ରକାଶ ଅଗ୍ରୱାଲ,ଶଶିକାନ୍ତ ସାହୁ,ଶିରିସ ସାହୁ,ଅଜିତ ହନୁମନ୍ତ ଜାରେ,ପ୍ରଭାତ ଅଗ୍ରୱାଲ,ଅନମୋଲ ପାଓ୍ବାର,ଜୟ ଫଡକରେ,ନିତିନ ଅଗ୍ରୱାଲ,ଅବିନାଶ ପାଣିଗ୍ରାହୀ। ରକ୍ତଦାନ କାର୍ଯ୍ୟକ୍ରମ କୁ ଯୁବାମଞ୍ଚ ସଭାପତି ଆଶିଷ ବଂସଲ,ସୁନିଳ ଅଗ୍ରୱାଲ, ଜୟପ୍ରକାଶ ଅଗ୍ରୱାଲ,ଦିପକ ଅଗ୍ରଓ୍ବାଲ,ହିତେଶ ଅଗ୍ରୱାଲ ତଥା ସମସ୍ତ ଯୁବାମଞ୍ଚ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । ରକ୍ତ ସଂଗ୍ରହରେ ପଦ୍ମପୁର ରକ୍ତ ଭଣ୍ଡାରର ସଙ୍ଗ୍ରାମ କେଶରୀ ମହନ୍ତ, ଦିପକ କୁମାର ସାହୁ, ହିତେଶ ସାହୁ,ସୁମିତ ସୁମନ ସିହ୍ନା,ଚିନ୍ତାମଣି ପଣ୍ଡା ଓ ଜିତେନ୍ଦ୍ରିୟ ଗୁର୍ଲା ସହଯୋଗ କରିଥିଲେ ।

 

Leave A Reply

Your email address will not be published.