କରୋନା ଲଢେଇରେ ଏକାକାର ହୋଇଯାଇଛନ୍ତି ସଭିଏଁ 

0 2

ପ୍ରଶାସନ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ  ବିଜେପି 

ପଦ୍ମପୁର-ସାରା ବିଶ୍ବ କୁ ନିଜ କବଳରେ କରିଥିବା କରୋନା ଭୁତାଣୁ କୋଭିଡ-୧୯ ଯୋଗୁ ସାରା ପୃଥିବୀର ରାଷ୍ଟ୍ର ମାନେ ହଇରାଣ ଥିବା ବେଳେ ଭାରତ ରେ ମଧ୍ୟ କରୋନା ସହ ଲଢ଼ିବା ପାଇଁ ଦେଶ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଦେଶ ବ୍ୟାପି ତାଲାବନ୍ଦକୁ ସମର୍ଥନ କରି ସାରା ଦେଶ ର ଜନତା ଘରେ ରହି କରୋନା ସଂକ୍ରମଣ ର ଚେନ ଭାଙ୍ଗିବା ପାଇଁ ପ୍ରଧାନ ମନ୍ତ୍ରୀ ଙ୍କୁ ସହାୟତା କରୁଥିବା ବେଳେ ଜନତାଙ୍କ ସୁରକ୍ଷା ପାଇଁ ପ୍ରତିଜ୍ଞା ବଦ୍ଧ ଥିବା ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସନିକ ଅଧିକାରୀ ମାନଙ୍କ ସହ ସଫେଇ କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜନତାଙ୍କ ପାଇଁ ଜୀବନ କୁ ବାଜିରେ ରଖି ଦିନ ରାତି ଏହି ଘଡି ସନ୍ଧି ମୁହୂର୍ତ୍ତରେ ବି ନିଷ୍ଠାର ସହ ନିଜର କାମ କରୁଥିବାରୁ ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ତରଫରୁ ଚିଠି ମାଧ୍ୟମରେ ଧନ୍ୟବାଦ ଅର୍ପଣ କରାଯାଇଛି। ଏହି ପରିପେକ୍ଷିରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ  ପଦ୍ମପୁର ଉପ-ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଉପଖଣ୍ଡ ଚିକିତ୍ସାଳୟର ଅଧିକାରୀ ଏସ. କେ. ପରିଡା ଙ୍କ ସହ ସମସ୍ତ କର୍ମଚାରୀ, ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ ସାହୁ  ଏବଂ ପଦ୍ମପୁର ଥାନାଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ସହ ସମସ୍ତ ପୋଲିସ କର୍ମୀ, ପଦ୍ମପୁର ତହସିଲଦାର ସରୋଜିନୀ ପ୍ରସନ୍ନ କୁଲୁ ଓ  ସମସ୍ତ କର୍ମଚାରୀ, ରାଜବୋଡାସମ୍ବର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂକର୍ଷଣ ବେହେରା ଏବଂ ସମସ୍ତ କର୍ମଚାରୀଙ୍କ ସହ ପଦ୍ମପୁର ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ଙ୍କ ସହ ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ଧନ୍ୟବାଦ ପତ୍ର ଦେଇ ଅଭିନନ୍ଦନ ଜଣାଇଥିଲେ।

Leave A Reply

Your email address will not be published.