ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପକଣ୍ଠ ବାଙ୍କିଶୋଳସ୍ଥିତ ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଏବଂ କଳିଙ୍ଗ ଇନଷ୍ଟିଚୁ୍ୟଟ ଅଫ୍ ମେଡ଼ିକାଲ ସାଇନସ୍(କିମ୍ସ) ଭୂବନେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗତ ଏପ୍ରିଲ ୧୫ରେ ୧୮୦ଟି ଆଇସୋଲେସନ ଶଯ୍ୟା ଓ ୨୦ଟି ଆଇସିୟୁର ସୁବିଧା ଥିବା ସ୍ୱତନ୍ତ୍ର କୋଭିଡ଼ ହସପିଟାଲ ଲୋକାର୍ପିତ ହେବା ପରେ ଆଜି ଓଡ଼ିଶା ୫-ଟି ସଚିବ ଭି କେ ପାଣ୍ଡିଆନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ସହିତ ପରିଦର୍ଶନରେ ଆସି ଭିତ୍ତଭୂମି ଓ ସ୍ଥିତାବସ୍ଥା , ଉପଲବ୍ଧ ସୁବିଧାସୁଯୋଗ ଓ ଆନୁସଙ୍ଗିକ କାର୍ଯ୍ୟ ଆଦିର ସମୀକ୍ଷା କରିଥିଲେ । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରୂପଭାନୁ ମିଶ୍ର ପ୍ରମୁଖଙ୍କ ସହିତ କୋଭିଡ଼ ହସପିଟାଲର ଇନଚାର୍ଯ୍ୟ ପ୍ରଫେସର ସୁଧୀର ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସମୟରେ ୫-ଟି ସଚିବ ଜିଲ୍ଲାପାଳ ଶ୍ରୀଭରଦ୍ୱାଜଙ୍କ ନିକଟରୁ କରୋନାର ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ, ସ୍ଥିତାବସ୍ଥା ଆଦି ବୁଝିବା ସାଙ୍ଗକୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିବାର ଜଣାପଡ଼ିଛି ।
Sign in
Sign in
Recover your password.
A password will be e-mailed to you.