ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ ) :- ବିଜୁ ଜନତା ଦଳ ତରଫରୁ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଯୋଗେଶ ସିଂ ହେମଗିରି ବ୍ଲକ୍ ର ବିଭିନ୍ନ ଅଞ୍ଚଳ ଗସ୍ତ କରି କରୋନା ମୁକାବିଲା ନେଇ ଜନସଚେତନତା ସୃଷ୍ଟି କରିଥିଲେ।ଏହି ଅବସରରେ ସେ ଟପରିଆ ଗ୍ରା:ପ ଠାରେ କ୍ୱାରେଣ୍ଟାଇନ ୱାର୍ଡ ପରିଦର୍ଶନ କରିବା ସହ ଗାଁ ର ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରି କରୋନା ରୋଗ ବିଷୟରେ ସଚେତନ କରିଥିଲେ। ପରେ ହେମଗିର ଠାରେ ରାଜ୍ୟ ସରକାର ଙ୍କ ଦ୍ୱାରା ବଣ୍ଟନ କରାଯାଉଥିବା ଶୁଖିଲା ରନ୍ଧା ଖାଦ୍ୟ ଓ 1000 ଟଙ୍କା ସଠିକ ଉପଭୋକ୍ତା ଙ୍କୁ ଦିଆଯାଉଛି କି ନାହିଁ ବଣ୍ଟନ ହେଉଥିବା ଖାଦ୍ୟ ର ମାନ ଠିକ ଅଛି କି ନାହିଁ ସ୍ଥିତି ସମୀକ୍ଷା କରିଥିଲେ ଓ ବଣ୍ଟନ କରିବାରେ ସହଯୋଗ କରିଥିଲେ ଏବଂ ଗାଁ ର ଜନସାଧାରଣ ଙ୍କୁ ମାସ୍କ ବଣ୍ଟନ କରି କରୋନା ରୋଗ ବିଷୟରେ ସଚେତନ ଅବଲମ୍ବନ କରିବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦେଶନାମା କୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରମୋଦ ପତି, ପ୍ରକାଶ ବହିଦାର, ବାବଲୁ ଦେହୁରୀ, କଳାକାହ୍ନୁ ମେହେର, ସୁରେନ ରାଉତ ସମେତ ଅନେକ ସ୍ଥାନୀୟ ନେତା ଓ କର୍ମୀ ତାଙ୍କୁ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.