କରୋନା ଲଢେଇରେ ମହିଳା ଯୋଦ୍ଧା, ଦୁର୍ଗମ ପଂଚାୟତରେ ମହିଳା ସରପଞ୍ଚ ମମତା ବାଣ୍ଟିଲେ ମାସ୍କ 

0 2

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍  ରମାକାନ୍ତ ବିଶ୍ବାଳ : କରୋନା ମୁକାବିଲା ପାଇଁ ପ୍ରାଥମିକତା ଭିତ୍ତିରେ ମାସ୍କ ଏକ ବିଶେଷ ପ୍ରତିକାରତ୍ମକ ଆବଶ୍ୟକ ଉପାଦାନ ହୋଇଥିବା ବେଳେ ଏହାର ଅଭାବ ଓ ଅଭାବି ବିକ୍ରି ଅନେକସ୍ଥାନରେ ପରିଲକ୍ଷିତ ହୋଇଛି |  ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ବଣ ପାହାଡ଼ଘେରା  ଦୁର୍ଗମ  ମେଘପାଳ ପଂଚାୟତର  ସରପଞ୍ଚ ମମତା ପ୍ରଧାନ ଘରୋଇ  ପ୍ରସ୍ତୁତି ମାସ୍କ ତିଆରି କରି ନିଜ ପଂଚାୟତକୁ କରୋନା ମୁକ୍ତ କରିବାକୁ ଅଣ୍ଟାଭିଡିଛନ୍ତି l ଛିଙ୍କ ଓ କାଶ ପ୍ରଭାବରେ କରୋନା ମୁକ୍ତ କରିବାକୁ ମାସ୍କର ଗୁରୁତ୍ୱକୁ ସେ ବୁଝିପାରି ପଂଚାୟତ କାମ ପରେ ଅବସରର ସମୟରେ ନିଜ ଘରେ ପ୍ରସ୍ତୁତ କରୁଛନ୍ତି ହାତ ତିଆରି ଲୁଗା ମାସ୍କ l ଆଉ ଏହି ମାସ୍କ ଗୁଡିକୁ ନିଜ ପଂଚାୟତରେ ଥିବା ଅସହାୟ, ଗରିବ, ବୟସ୍କ, ଗର୍ଭବତୀ, ପ୍ରସୂତିଙ୍କୁ ମାଗଣାରେ ବଣ୍ଟନ କରୁଛନ୍ତି l ଆମ  ମେଘପାଳ ପଂଚାୟତ ଏକ ଦୁର୍ଗମ ଅଂଚଳରେ ହୋଇଥିବା ବେଳେ ଏହି ଶ୍ରେଣୀର ଲୋକଙ୍କ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ କମ, ଏଣୁ କରୋନା କବଳରୁ ପଂଚାୟତ ବାସୀଙ୍କୁ ରକ୍ଷl କରିବା ପାଇଁ ଏହା ମୋର ଗୋଟିଏ ଛୋଟିଆ ପ୍ରୟାସ ବୋଲି  ପ୍ରକାଶ କରନ୍ତି ସରପଞ୍ଚ ମମତା ପ୍ରଧାନ l

          ଦୁର୍ଗମ ପାହାଡ଼ ଘେରା ମେଘପାଳ ପଂଚାୟତବାସୀ ଙ୍କୁ କରୋନା କବଳରୁ  ମୁକ୍ତ କରିବା ପାଇଁ ଜନ ମମତାର ନିଦର୍ଶନ ମହିଳା ସରପଞ୍ଚ  ମମତା ପ୍ରଧାନଙ୍କ ଏହି ଉତ୍ସର୍ଗୀକୃତ ସମାଜସେଵା ମନୋଭାବକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l

Leave A Reply

Your email address will not be published.