ଧନ୍ୟ ଏମାନଙ୍କ ସାମାଜିକ ଦୂରତ୍ବ : ଏ ବ୍ୟାଙ୍କ ଯେମିତି, ଗ୍ରାହକ ବି ସେମିତି 

7

ସୋନପୁର/ ପ୍ରକାଶ ହାତୀ-ସୁବର୍ଣ୍ଣପୁର  ଜିଲ୍ଲା ଡୁଙ୍ଗୁରିପାଲିରେ ଅବସ୍ଥିତ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଅସମ୍ଭାଳ ଭିଡ ଦେଖିବାକୁ ମିଳେ । ଗ୍ରାହକମାନେ ଆଜି ସକାଳ ୮ଟାରୁ ଆସି ବ୍ୟାଙ୍କ ସମ୍ମୁଖରେ  ଭିଡ ଜମାଇ ବ୍ୟାଙ୍କ କେତେବେଳେ ଖୋଲାଯିବ ତାହା ଅପେକ୍ଷା କରିଥିଲେ । ଖରା ବଢିବାରୁ ଲୋକେ  ଧାଡିରୁ ଓହରି ଯାଇ ନିଜ ନିଜର ପାସ ବହି, ବ୍ୟାଗ, ଚପଲ ରଖି ଧାଡି କରିଥିଲେ ।  ଗୋଟିଏ ଧାଡିରେ ପୁରୁଷ ରହିଥିବା ବେଳେ ଅନ୍ୟ ଏକ ଧାଡିରେ ମହିଲାମାନେ ରହିଥିଲେ । ବ୍ୟାଙ୍କ ସମ୍ମୁଖରେ କୌଣସି ପ୍ରକାର ଛାଇର ବ୍ୟବସ୍ଥା ନଥିଲା ।  ଆହୁରି ମଧ୍ୟ ଏଠାରେ ପାନୀୟ ଜଳ, ସାନିଟାଇଜର ତଥା ଗ୍ରାହକମାନଙ୍କ ପାଇଁ କୌଣସି ସୁବିଧା ନାହିଁ । ଭିଡ ଏଭଲି ଭାବରେ ରହିଥିଲା ଯେ ସେଠାରେ କରୋନା ସଂକ୍ରାନ୍ତ କୌଣସି ପ୍ରକାର ସଚେନତା ନଥିଲା ଅଥବା ଏଠାରେ ଲୋକେ କରୋନା, ସାମାଜିକ ଦୂରତାକୁ ମଧ୍ୟ ଭୁଲି ଯାଇଥିଲେ । ବ୍ୟାଙ୍କ ଖୋଲିଲେ କିଏ ଆଗ ବ୍ୟାଙ୍କ ଭିତରକୁ ପ୍ରବେଶ କରିବ ସେ ନେଇ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା ।  ସତେ ଯେପରିକି ଉକ୍ତ ବ୍ୟାଙ୍କରେ କରୋନାର କୌଣସି ପ୍ରଭାବ ଦେଖିବାକୁ ମିଳିନ ଥିଲା । ବ୍ୟାଙ୍କ ସମ୍ମୁଖରେ ଭିଡର ଫଟୋ ଭାଇରାଲ ହେବା ପରେ ରାମପୁର ତହସିଲଦାର ଶ୍ୱେତପଦ୍ମା ଯୋଶୀ ନିକଟସ୍ଥ ପୁଲିସକୁ ଖବର ଦେବାରୁ ପୁଲିସ ପହଞ୍ଚିବା ପରେ କିଛି ମାତ୍ରାରେ ଭିଡ କମିଥିବା ବେଳେ ପ୍ରାୟ ଗୋଟିଏ ପର୍ଯ୍ୟନ୍ତ ଭିଡ ସଂପୂର୍ଣ୍ଣ ଭାବରେ ହଟି ନଥିଲା ।

             

Leave A Reply

Your email address will not be published.