ଉଜ୍ୱଳା ଟଙ୍କା ଉଠାଣ ପାଇଁ ହିତାଧିକାରୀ ଭାଙ୍ଗିଲେ ସାମାଜିକ ଦୁରତା

0 2

ଓଡ଼ଗାଁ(ଶାସକ ପ୍ରଶାସକ) : ମହାମାରୀ କରୋନା ପାଇଁ ତାଲାବନ୍ଦ ଚାଲିଥିବା ବେଳେ ଏପ୍ରିଲ ୧୫ ତାରିଖରୁ ମେ ୩ ତାରିଖ ପାର୍ଯ୍ୟନ୍ତ ଏହାର ଅବଧିକୁ ବଢାଇ ଦିଆଯାଇଛି । ଏହି ସମୟରେ ଶ୍ରମିକ ଏବଂ ସାଧାରଣ ଗରିବ ପରିବାରକୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ସହିତ ଅନେକ ସ୍ଥାନରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସେହିପରି ଉଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଗ୍ୟାସ ଯୋଗାଇ ଦେବା ପାଇଁ ହିତାଧିକାରୀଙ୍କ ଜମା ଖାତାକୁ ସରକାର ଆବଶ୍ୟକ ମୂଲ୍ୟ ରାଶି ପଠାଇଛନ୍ତି । ଏହି ମୂଲ୍ୟ ରାଶି ବ୍ୟାଙ୍କରୁ ଉଠାଣ ପରେ ହିତାଧିକାରୀ ଗ୍ୟାସ ବୁକ କରିବେ । ବିତରକ ଗ୍ୟାସ ଯୋଗାଇ ଦେଇ ଆବଶ୍ୟକ ମୂଲ୍ୟ ରାଶି ନେବେ । ବ୍ୟାଙ୍କରେ କଟକଣା ଏବଂ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିଥିବା ବେଳେ ରବିବାର ଓ ମଙ୍ଗଳବାର ବ୍ୟାଙ୍କ ଛୁଟିଥିଲା । ଏହି ସମୟରେ ତେଲିଫୋନରେ ମେସେଜ ପାଇ ସମସ୍ତ ହିତାଧିକାରୀ ବ୍ୟାଙ୍କକୁ ଟଙ୍କା ନେବାକୁ ଆସିଥିଲେ । ଫଳରେ ଓଡ଼ଗାଁ ଠାରେ ଥିବା ଷ୍ଟେଟବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ, କେନ୍ଦ୍ର ସମବାୟ ବ୍ୟାଙ୍କ ସହିତ କୋମଣ୍ଡ ଠାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ନନ୍ଦିଘୋର ୟୁକୋବ୍ୟାଙ୍କ, ଶରଧାପୁର  ଆନ୍ଧ୍ର ବ୍ୟାଙ୍କ, କୁରାଳ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ, ବାହାଡ଼ାଝୋଲା ବ୍ୟାଙ୍କ ଅପ ବରୋଦା ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସହିତ ସମସ୍ତ ଏଟିଏମରେ ବହୁ ସଂଖ୍ୟାରେ ଉଜ୍ୱଳା ହିତାଧିକାରୀ ଓ ଜମାଖାତାଧାରୀ ଏକାଠି ହୋଇଥିବାରୁ ଏସବୁ ସ୍ଥାନ ଅତ୍ୟନ୍ତ ଜନଗହଳି ପୂର୍ଣ୍ଣ ହୋଇଥିଲା । ଏମାନଙ୍କ ମଧ୍ୟରୁ ଅନେକ ମାକ୍ସ ବ୍ୟବହାର କରିନଥିବା ବେଳେ ସାମାଜିକ ଦୂରତା ମଧ୍ୟ ବଜାୟ ରଖିନଥିବା ଦେଖିବାକୁ ମିଳିଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚିଥିଲେ ମଧ୍ୟ ପରିସ୍ଥିତିକୁ ନିନ୍ତ୍ରଣ କରିବା ସମ୍ଭବ ହୋଇନଥିଲା । କାରଣ ପ୍ରଚଣ୍ଡ ରୈାଦ୍ରତାପ ସାଙ୍ଗକୁ ଜନଗହଳି ଯୋଗୁଁ ଛାଇଦେଖି ଛାତତଲକୁ ଏକାଠି ସମସ୍ତେ ରୁଣ୍ଡ ହୋଇ ରହିଥିବା  ଦେଖିବାକୁ ମିଳିଥିଲା । ଅନ୍ୟ କୈାଣସି ଉପାୟରେ ହିତାଧିକାରୀଙ୍କୁ ସହାୟତାରାଶି ପ୍ରଦାନ କରିବାର ବ୍ୟବସ୍ଥା କରାଗଲେ ଉପରୋକ୍ତ ସମସ୍ୟାକୁ ଏଡା ଯାଇପାରନ୍ତା ।    

 

Leave A Reply

Your email address will not be published.