ଗ୍ୟାସ ଏଜେନ୍ସୀ କାର୍ଯ୍ୟାଳୟ ରେ ସାମାଜିକ ଦୁରତ୍ୱକୁ ଅବମାନନା

3

ବାରିପଦା(ଦିଲ୍ଲୀପ ମହାନ୍ତି)- ସାମାଜିକ ଦୂରତା ରକ୍ଷା କରିବାରେ ସକ୍ଷମ ହୋଇ ନ ପାରିବା କାରଣରୁ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ କଚେରୀ ମାର୍କେଟକୁ ସଟ ଡାଉନ(ବନ୍ଦ) କରାଇ ଥିବା ବେଳେ କଚେରୀ ମାର୍କେଟକୁ ଲାଗି ରହିଥିବା ଏହି ଏଚପି ଗ୍ୟାସ ଏଜେନ୍ସୀ କାର୍ଯ୍ୟାଳୟରେ ଭିଡ ପୁଲିସ ନଜର ଆଢୁଆଳରେ ରହିଯାଇଥିବାକୁ ନେଇ ଉଠିଛି ପ୍ରଶ୍ନ । ଆଜି ଉକ୍ତ ଗ୍ୟାସ ଏଜେନ୍ସୀ କାର୍ଯ୍ୟାଳୟରେ ପୁଣି ପ୍ରବଳ ଭିଡ ଲାଗି ରହିଥିବାର ପରିଲକ୍ଷିତ ହୋଇଥିଲା । ଜନସାଧାରଣ ଗ୍ୟାସ ନେବା ନିମନ୍ତେ ଏହି ଭିଡ ଜମାଇଥିବା ବେଳେ କୋଭିଡ଼-୧୯ ମାର୍ଗଦର୍ଶୀକାରେ ଥିବା ନିୟମ ସାମାଜିକ ଦୂରତାକୁ ସିଧାସଳଖ ଭାବେ ଅଣଦେଖା କରାଯାଇଥିଲା ।

ପୁଲିସର ଏଦିଗରେ ନଜର ପଡ଼ି ନଥିଲା । ତେବେ ଉକ୍ତ ଗ୍ୟାସ ବିତରକ ସଂସ୍ଥାର ବୈଧତାକୁ ନେଇ ଉଠିଛି ଅଙ୍ଗୁଳି । ବାରିପଦା ସହର ନିମନ୍ତେ ହୋତା ଓ ସାନିକା ଦୁଇଟି ଗ୍ୟାସ ବିତରକ ସଂସ୍ଥା ରହିଥିବା ବେଳେ ସହରରେ ଉକ୍ତ ଗ୍ୟାସ ବିତରକ ସଂସ୍ଥାର ବୈଧତା ଯାଞ୍ଚ ହେବାର ଆବଶ୍ୟକତା ଦେଖାଦେଇଛି ଏବଂ ସାମାଜିକ ଦୂରତା ରକ୍ଷା କରିବାରେ ବିଫଳ ହୋଇଥିବାରୁ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଜନସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.