ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ଯୁବ ସମାଜସେବୀ

3

ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ସମାଜ ସେବୀ ତଥା ବିଜୁ ଜନତା ଦଳର ଯୁବନେତା ଶ୍ରୀ ହେମାନନ୍ଦ ସାହୁ ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି।

 ତାଲପାଲି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ମହାମାରୀ କରୋନା ପାଇଁ  ଅସହାୟ ବ୍ୟକ୍ତି ମାନଙ୍କୁ ପଞ୍ଚାୟତ ତରଫରୁ ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଏଥିରୁ ବାଦ ପଡିଯାଇଛନ୍ତି କିଛି ଅସହାୟ ବ୍ୟକ୍ତି। ରାସନ କାର୍ଡରେ ତାଙ୍କ ଆଧାର ସଂଯୋଗ ନଥିବାରୁ ସେମାନେ  ସରକାରଙ୍କ ଠାରୁ ମିଳୁଥିବା ସହଯୋଗ ରାଶି ତଥା ଚାଉଳ ପାଇନଥିବା ବେଳେ ସେହି ଲୋକମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଲପାଲି ଅଞ୍ଚଳର ପୂର୍ବତନ ସରପଞ୍ଚ ତଥା ବିଜେଡିର ଟାଣୁଆ ନେତା ଶ୍ରୀ ଚୈତନ୍ୟ ସାହୁଙ୍କ ସୁପୁତ୍ର ହେମାନନ୍ଦ ସାହୁ। ଭୋକିଲା ମୁହରେ ଆହାର ମୁଠାଏ ଦେବାପାଇଁ ଏକ ଗୋଷ୍ଠୀ ଗଠନକରି  ନିଜ ଅର୍ଥରୁ ପଞ୍ଚାୟତର ସମସ୍ତ ଗ୍ରାମ ବୁଲି ଲୋକମାନଙ୍କୁ ଚାଉଳ,ଡାଲି,ଟମାଟୋ, ଆଳୁ,ପିଆଜ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ଆଗାମୀ ଦିନ ଗୁଡିକରେ ସରକାରୀ ସହାୟତା ପାଇପାରୁନଥିବା ଲୋକମାନଙ୍କୁ ସହଯୋଗ କରିବେ ଏବଂ ମହାମାରୀ କରୋନା ପାଇଁ ଅଯଥା ଘରୁ କେହି ନ ବାହାରିବା ପାଇଁ ତଥା ସାମାଜିକ ଦୂରତା ବ୍ୟବଧାନରେ ରହିବା,ବାରମ୍ବାର ସାବୁନରେ ହାତ  ଧୋଇବା,କୈଣସି କାର୍ଯ୍ୟ ପାଇଁ ବାହାରକୁ ଗଲେ ମୁହଁ ଗୋଡେଇ ହେବାପାଇଁ ସଚେତନ କରିଥିଲେ। ଶ୍ରୀ ହେମାନନ୍ଦ ସାହୁଙ୍କ ଆହ୍ଵାନରେ ତାଲପାଲି ଗ୍ରାମର ଶିବ ସାହୁ,ସଂଜୀବ ସାହୁ,କୃପା ସାହୁ ଏବଂ ରାଜା ସାହୁ ତାଙ୍କୁ ଏହି ଧାର୍ମିକ କାର୍ଯ୍ୟରେ ସହଯୋଗ କରିବା ପାଇଁ ତାଙ୍କ ସହ ତାଲପାଲି ଗ୍ରାମ ପଞ୍ଚାୟତର  ବିଭିନ୍ନ ଗ୍ରାମ ବୁଲି ଖାଦ୍ୟ ବଣ୍ଟନ କରିଥିଲେ।

Leave A Reply

Your email address will not be published.