କାଳଷଣ୍ଢପୁର ଶାସନ ରେ ଯୁବ ଗୋଷ୍ଠୀ ଦ୍ୱାରା କରୋନା ପାଇଁ ସଚେତନତା ଓ ସଫେଇ କାର୍ଯ୍ୟ

3

ବ୍ରହ୍ମପୁର (ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ର। ପଞ୍ଚାୟତର କାଳଷଣ୍ଢପୁର ଶାସନ ଗ୍ରାମରେ ଯୁବଗୋଷ୍ଠୀ ଦ୍ୱାରା ଗ୍ରାମ ସଫେଇ କରି ବିଶୋଧନ କରିବା ସହ କରୋନା ଭୂତାଣୁ ସମ୍ପର୍କରେ ଜନସଚେତନତା କରିଥିଲେ।

ହୃଷିକେଶ ହୋତା, ଜେ ରାଜା ରାଓ ଆଚାରୀ, ସଂଗ୍ରାମ ପାଢ଼ୀ,କୃଷ୍ଣଚନ୍ଦ୍ର ହୋତା, ଲମ୍ବୋଦର ହୋତା,ଗୁପ୍ତ ପ୍ରସାଦ ହୋତା ପ୍ରଭୃତିଙ୍କ ନେତୃତ୍ୱରେ କାଳଷଣ୍ଢପୁର ଶାସନ ଗ୍ରାମର ଯୁବ ଗୋଷ୍ଠୀ ଏକାଠି ହୋଇ ଗ୍ରାମକୁ ସମ୍ପୂର୍ଣ୍ଣ ସଫା କରି ବିଶୋଧନ କରିଥିଲେ। ଏଥିସହିତ ସମସ୍ତେ ଘର ଭିତରେ ରହିବା, ସାବୁନ ବା ହ୍ୟାଣ୍ଡ ୱାସ ଦ୍ୱାରା ବାରମ୍ବାର ହାତ ସଫା କରିବା, ମୁହଁରେ ମାସ୍କ ବା ରୁମାଲ ବାନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ପ୍ରଭୃତି ବିଷୟରେ ସଚେତନ ରହିବାକୁ ଜନସାଧାରଣଙ୍କୁ ବୁଝାଇଥିଲେ।

Leave A Reply

Your email address will not be published.