ହରିହର ନର୍ସିଂହୋମ୍ କୁ ସିଲ୍ କଲା ଜିଲ୍ଲା ପ୍ରଶାସନ 

10

ବଲାଙ୍ଗୀର( ନିରୋଜ ମିଶ୍ର)   ବର୍ତ୍ତମାନ ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏଭଳି ଏକ ମାରାତ୍ମକ ଭୁତଣୁ କବଳରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଆଇନ୍ ପ୍ରଣୟନ କରିଛନ୍ତି । ରାଜ୍ୟ ଓ ଦେଶର ଜନସାଧାରଣଙ୍କ ବହୁମୂଲ୍ୟ ଜନଜୀବନକୁ ବଞ୍ଚାଇବାକୁ ନିଜ ଜୀବନକୁ ବିପନ୍ନ କରି, ସରକାରୀ କଳ ଦିନରାତି ଏକ କରିଦେଇଛନ୍ତି । ସାରା ଦେଶକୁ ଲକଡାଉନ ଘୋଷଣା କରି ଶୃଙ୍ଖଳିତ ଭାବେ ଆଇନ କାନୁନ ଭିତରେ ଜୀବନ ଜାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବଜାରରୁ ଜିନିଷ କିଣିବା ହେଉ କି ଔଷଧ ଦୋକାନରୁ ଔଷଧ କିଣିବା ହେଉ ସବୁଠି ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଛି । ଯେକୌଣସି ଜରୁରୀ କାମରେ ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ ଭଳି ଅନେକ ନିତି ନିୟମ କରାଯାଇଛି । କୋଭିଡ -୧୯ ନିୟମକୁ  ବଲାଙ୍ଗୀର ସହରର ସୁଡ଼ପଡା ରେ ଥିବା ହରିହର ନର୍ସିଂହୋମ ଖୋଲାଖୋଲି ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଯାହା ବଲାଙ୍ଗୀର ଜିଲ୍ଲାପାଳଙ୍କ ସ୍କେନର ପରିସର କୁ ଆସିଥିଲା । ଏହାର ତଦନ୍ତ କରି ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ ନର୍ସିଂହୋମ୍ କୁ ସିଲ୍ କରାଯିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ହରିହର ନର୍ସିଂହୋମ୍ କୁ ସିଲ୍ କରିଛି ବଲାଙ୍ଗୀର ପ୍ରଶାସନ ।

 

Leave A Reply

Your email address will not be published.