କରୋନା ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ସହ ବିଧାୟକ କଲେ  ଆଲୋଚନା

3

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ସଭା ଗୃହରେ ଗୁରୁବାର ଦିନ କରୋନା ସଚେତନତା ବିଷୟ ନେଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବିଭିନ୍ନ ଅଧିକାରୀ ବୃନ୍ଦଙ୍କ ସହ ଆଲୋଚନା କରିଥିଲେ।

ଏହି ଆଲୋଚନା କାର୍ଯ୍ୟକ୍ରମରେ ଭଞ୍ଜନଗର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବୁଗୁଡା ବିଡ଼ିଓ ତଥା କରୋନା ସମ୍ପର୍କିତ ନୋଡାଲ ଅଫିସର ତନ୍ମୟ ପାତ୍ର, ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ସିଡ଼ିପିଓ ରଞ୍ଜିତା ତ୍ରିପାଠୀ, ବୁଗୁଡା ଏନଏସି କର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ,ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ କୁମାର ସେନାପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସମସ୍ତେ ଯେପରି ଘରେ ରହିବେ, ମୁହଁରେ ମାସ୍କ  କିମ୍ବା ରୁମାଲ ବାନ୍ଧିବେ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା ପ୍ରଭୃତି କ୍ରୟ ସମୟରେ ଏକ ମିଟରରୁ ଅଧିକ ଦୂରତା ବଜାୟ ରଖିବେ, କୌଣସି ଗରିବ ବ୍ୟକ୍ତି ଯେପରି ଭୋକରେ ନରହେ ସେଥିପ୍ରତି ଦୃଷ୍ଟି ଦେବା, ପ୍ରଭୃତି ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା।  

Leave A Reply

Your email address will not be published.