ମାସ୍କ ପିନ୍ଧିନଥିବାରୁ ବ୍ୟବସାୟୀଙ୍କୁ ଜରିମାନା

2

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା:ବୁଗୁଡା ସହରରେ ଜଣେ ବ୍ୟବସାୟୀ ଜିନିଷ ବିକ୍ରି କରିବା ସମୟରେ ମୁହଁରେ ମାକ୍ସ କିମ୍ବା ରୁମାଲ ବାନ୍ଧି ନଥିବା ଯୋଗୁଁ ଏକ ହଜାର ଟଙ୍କା ଜରିମାନା ଦେଇଥିବା ଜଣାପଡ଼ିଛି। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ବଜାର ପରିଦର୍ଶନ ବେଳେ ଜଣେ ବ୍ୟବସାୟୀ ଜନସାଧାରଣଙ୍କୁ ଜିନିଷ ବିକ୍ରି କରିବା ସମୟରେ ବ୍ୟବସାୟୀ ଜଣଙ୍କ ମୁହଁରେ ମାକ୍ସ କିମ୍ବା ରୁମାଲ ବାନ୍ଧି ନଥିବା ଦେଖିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ନମାନି ଆଇନ ଭଙ୍ଗ କାରଣ ଯୋଗୁଁ ଏନଏସି ଇଓ ଶ୍ରୀ ଦାଶ ବ୍ୟବସାୟୀଙ୍କୁ ୧୦୦୦ ଟଙ୍କା ଜରିମାନା ପକାଇ ଦଣ୍ଡିତ କରିଥିଲେ ।

Leave A Reply

Your email address will not be published.