ଲକ ଡାଉନ ସମୟରେ କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଯଥେଷ୍ଟ ଯତ୍ନବାନ ରହିଛନ୍ତି : ଡ଼ ଅରୁଣ 

2

 ଭୁବନେଶ୍ୱର(ଶାସକ ପ୍ରଶାସକ)  କରୋନା ସଂକ୍ରମଣ ମୁକାବିଲା ଉଦ୍ଦେଶ୍ୟରେ ସାରା ଦେଶରେ ଜାରି ହୋଇଥିବା ଲକ ଡାଉନ ସମୟରେ ରାଜ୍ୟର ସାମ୍ପ୍ରତିକ କୃଷି ପରିସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଜି କେନ୍ଦ୍ର କୃଷି ଓ  କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଅବଗତ କରାଇଛନ୍ତି ରାଜ୍ୟ କୃଷି ଓ କୃଷକ କଲ୍ୟାଣ ତଥା ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | 

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆଜି ଅପରାହ୍ନ ୪ ଘଟିକା ସମୟରେ ଆୟୋଜିତ ଭିଡ଼ିଓ କନଫରେନସିଂ ବୈଠକରେ ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ସାହୁ ଯୋଗ ଦେଇ ଓଡିଶା ତରଫରୁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ତାଲା ବନ୍ଦ ସମୟରେ ଯେପରି କୃଷି କାର୍ଯ୍ୟରେ ବାଧା ନ ଆସିବ ଏବଂ କୃଷକମାନେ ଯେପରି ସେମାନଙ୍କ ଅତ୍ୟାବଶ୍ୟକ ଜିନିଷ ପାଇବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପଦକ୍ଷେପ ନିଆଯାଇଛି ବୋଲି କହିଲେ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ତୋମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡ଼ିଓ କନଫରେନସିଂ ରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର କୃଷି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ଭାଗ ନେଇଥିବାବେଳେ ଓଡ଼ିଶା ସରକାରଙ୍କ କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ , କୃଷି ଓ ଖାଦ୍ୟ ଉତ୍ପାଦନର ନିର୍ଦ୍ଦେଶାଳୟ ର ନିର୍ଦେଶକ ଡ଼ଃ ଏମ.ମୁଥୁକୁମାର ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.