ରାଷ୍ଟ୍ରୀୟ ମର୍ଯ୍ୟାଦା  ସହ  ସହିଦ ଯବାନ ପ୍ରକାଶ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ 

2

ବରଗଡ଼/ ବଲାଙ୍ଗୀର- ଶାସକ ପ୍ରଶାସକ: ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ଗାର୍ଡ ଅପ୍‌ ଅନର ସହ ଆଜି କଟାପାଲି ଗ୍ରାମର ସହିଦ ଯବାନ ପ୍ରକାଶ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଟାପାଲି ହାଇସ୍କୁଲ ପଡ଼ିଆରେ ଏହି ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କର ୧୦ ବର୍ଷର ପୁଅ ହିମନିଶ ସାହୁ ମୁଖାଗ୍ନି ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲା ଚନ୍ଦକାଥାନା ଅଧୀନରେ ଥିବା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେବା ବେଳେ ଗତକାଲି ଜଣେ ପ୍ରଶିକ୍ଷକ ତଥା ହାବିଲଦାର ଶହୀଦ ହୋଇଛନ୍ତି।ଘଟଣାରେ ଅନ୍ୟ ଦୁଇଜଣ ଆହତ ମଧ୍ୟ ହୋଇଛନ୍ତି। ଶହୀଦ ହାବିଲଦାର୍‌ ହେଲେ ବରଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ କଟାପାଲି ଗ୍ରାମର ପ୍ରକାଶ ସାହୁ। ଗତକାଲି ଅପରାହ୍ନ ୪ଟାରେ ପ୍ରକାଶ ଭୁବନେଶ୍ୱର ନିକଟସ୍ଥ ଚନ୍ଦକା ଟ୍ରେନିଂ ଶିବିରରେ ହେଣ୍ଡ ଗ୍ରେନେଡ଼ ସମ୍ପର୍କରେ ପ୍ରଶିକ୍ଷଣ ଦେଉଥିବାବେଳେ  ବିସ୍ଫୋରଣ ଘଟିଥିଲା। ଅନ୍ୟ ଜଣେ ଯବାନଙ୍କୁ ବଞ୍ଚାଇବାକୁ ଯାଇ ହାବିଲଦାର ପ୍ରକାଶଙ୍କ  ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅନ୍ୟ ଦୁଇଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । କଟାପାଲି ଗ୍ରାମ ର ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ସାହୁଙ୍କ ଦୁଇ ପୁଅ ପ୍ରକାଶ ଓ ବିକାଶ ମଧ୍ୟରୁ ପ୍ରକାଶ ହେଉଛନ୍ତି ବଡ଼ ।ଜୁନ ୧୦ ତାରିଖ ୧୯୮୩ ମସିହାରେ ଜନ୍ମିତ ପ୍ରକାଶ ୨୦୦୪ ମସିହାରେ OSAP ଯବାନ ଭାବେ ଯୋଗଦେଇଥିଲେ।ତାଙ୍କର ଏକ ୧୦ ବର୍ଷ ର ପୁଅ ମଧ୍ୟ ଅଛି । ସେ ତାଙ୍କ ନିଜ ଗ୍ରାମ କଟାପାଲି ରେ ହିଁ ବିବାହ କରିଥିଲେ ।ତାଙ୍କ ମୃତ୍ୟୁ ରେ ସମଗ୍ର ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି ।ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ,ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ ଦନସେନା ବରଗଡ଼ ଏସ ପି ପଦ୍ମିନୀ ସାହୁ, ଅତିରିକ୍ତ ଏସ ପି ଅମରେନ୍ଦ୍ର ରଣା ସେମେତ ଅନେକ ପୋଲିସ କର୍ମଚାରୀ ଉପସ୍ଥିତି ଥିଲେ ସେହିପରି ସାଂସଦ ସୁରେଶ ପୂଜାହାରୀ ,ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ମର ଶରୀର କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ | 

Leave A Reply

Your email address will not be published.