ଲକ ଡାଉନ ବେଳେ ରକ୍ତର ଅଭାବ ଏଡାଇବାକୁ ”ବୋରାସମ୍ବର ବ୍ଲଡ଼ ଡୋନର୍ସ”ର ଉଦ୍ୟମ 

0 2

ବରଗଡ :- ମାନବ ସେବା ହିଁ ମାଧବ ସେବାକୁ ଆଧାର କରି ଵିଗତ ପାଖାପାଖି ଏକ ବର୍ଷ ହେବ ବୋରାସମ୍ବର ଅଞ୍ଚଳକୁ ନିସ୍ୱାର୍ଥପର ସହିତ ରକ୍ତ ଦାନ କରି ଆସୁଛନ୍ତି ,”ବୋରାସମ୍ବର ବ୍ଲଡ଼ ଡୋନର୍ସ” ର ସଦସ୍ୟମାନେ। ସୂଚନାର ବିଷୟ, ବିଗତ ବର୍ଷରୁ ଲଗାତାର ଲୋକଙ୍କ ସେବା କରୁଥିବା “ବୋରାସମ୍ବର ବ୍ଲଡ଼ ଡୋନର୍ସ” ଏକ ହ୍ବାଟସଏପ ଗ୍ରୁପ କରି ରକ୍ତ ସଂକଟ ରେ ଥିବା ଲୋକଙ୍କ ସେବା କରି ଆସୁଛି। ଯାହାକି ଏବେ ଚାଲି ଥିବା ଲକଡାଉନ ସମୟରେ କୋଣସି ରୋଗୀ ରକ୍ତ ସଙ୍କଟ ରେ ନ ପଡୁ, ତା ପ୍ରତି ଗ୍ରୁପ ସଦସ୍ୟ ମାନେ ଏକଜୁଟ ହୋଇ ଏହାର ସମାଧାନ କରିବା ସହିତ ନିଜ ସମାଜ ପ୍ରତି ଥିବା କର୍ତବ୍ୟ ରୁ ପଛ ଘୁଞ୍ଚା ଦେଉ ନାହାନ୍ତି। ଯେତେ ବେଳେ ଯାହାକୁ ଭି ରକ୍ତର ଦରକାର ତୁରନ୍ତ ଏହି ଗ୍ରୁପର ସଦସ୍ୟ ମାନେ ପହଞ୍ଚି ତାଙ୍କ ପାଇଁ ରକ୍ତର ବ୍ୟବସ୍ଥା କରୁଛନ୍ତି । ବିଶେଷ କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ଲକଡାଉନ ପାଇଁ ରକ୍ତର ଅଭାବ ଥିବା ବେଳେ ବୋଡାସମ୍ବର ବ୍ଲଡ଼ ଡୋନର ଆସୋସିଏସନ ରୋଗୀ ଙ୍କ ପାଇଁ ବରଦାନ ସଦୃଶ ପାଲଟିଛନ୍ତି । ତାଙ୍କର ଏପରି ମହାନୀୟତା କାର୍ଯ୍ୟ କୁ ବୁଦ୍ଧିଜୀବୀ ତଥା ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଏକ ଖୁସି ର ଲହରୀ ଦେଇ ଚାଲିଛି। ଏହି ଗ୍ରୁପ ର ଆଉ ଏକ ମହନୀୟତା ରହିଛି ଯାହାକି ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯୁବ ଗୋଷ୍ଠୀ ଙ୍କର ଯୋଗଦାନ ଏକ ନିଆରା ସମ୍ପର୍କ ସୃଷ୍ଟି କରିଛି। ଯାହାକି ଆଜିର ଦିନ ରେ ଏକ ଅଦ୍ଭୁତ ଭାଇଚାରା ର ସମ୍ପର୍କ ସ୍ଥାପନ କରିଛି। ଆଗକୁ ମଧ୍ୟ ଏଭଳି ରକ୍ତଦାନ ଜାରି ରହିବ ଓ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ କେବେବି କୈ।ଣସି ରୋଗୀ କୁ ରକ୍ତର ଅଭାବ ହେବନାହିଁ ବୋଲି ବୋଡାସମ୍ବର ବ୍ଲଡ଼ ଡୋନର ଆସୋସିଏସନ ର ସଦସ୍ୟ ମାନେ କହିଛନ୍ତି ।

Leave A Reply

Your email address will not be published.