ଅଙ୍ଗନୱାଡ଼ି କର୍ମୀ ଓ ସଭାପତିଙ୍କ ଦରମା ବିଲ କରିବା ନିମନ୍ତେ ହଜାରେ ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଟ୍ରାପ ମାମଲା : ଅଭିଯୁକ୍ତ ସିଡ଼ିପିଓ ଅଞ୍ଜନା ମିଶ୍ରଙ୍କୁ  ଜେଲ ଓ ଜୋରିମାନା

0

 

 

 

ବାରିପଦାରୁ ଦିଲ୍ଲୀପ ମହାନ୍ତି  – ଅଙ୍ଗନୱାଡ଼ି କର୍ମୀ  ଓ ସଭାପତିଙ୍କ ଦରମା ବିଲ କରିବା ନିମନ୍ତେ ହଜାରେ ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଅଭିଯୁକ୍ତ ସିଡ଼ିପିଓ ତଥା ବାରିପଦା ସହରର ଯମୁନାଦେଇପୁରର ଅଞ୍ଜନା ମିଶ୍ର(୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ଦୁର୍ନୀତି ନିବାରଣ ଆଇନ ଧାରା ୭ ଓ ୧୩(୧)ଡ଼ିରେ ଏକ ବର୍ଷ କାରାଦଣ୍ଡ ,  ୫ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟରେ ଅଧିକ ୨ ମାସ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଚନ୍ଦ୍ର ଲତା ମହାନ୍ତ ଯଶିପୁର ଅଙ୍ଗନୱାଡ଼ି ୱାର୍କର ଓ ସଭାପତି ରହିଥିଲେ । ୫/୬ ମାସ ବ୍ୟବଧାନରେ ଥରେ ଲେଖାଏଁ ଦରମା ପାଉଥିଲେ । ଦରମା ବିଲ କରିବା ନିମନ୍ତେ ପ୍ରତ୍ୟେକ କର୍ମୀ  ଓ ସଭାପତି ପିଛି ୫୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ ସିଡ଼ିପିଓ ଅଞ୍ଜନା ମିଶ୍ର । ଗତ ୨୦୦୪ ଅପ୍ରେଲ ୨୪ରେ ଦରମା ବିଲ କରିବା ବାବଦକୁ ଏକ ହଜାର ଟଙ୍କା ଲାଂଚ ମାଗିଥିବା ବେଳେ ଏହି ଘଟଣାକୁ ନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଯୋଜନା ପ୍ରସ୍ତୁତ କରିଥିଲେ ଚନ୍ଦ୍ର ଲତା ମହାନ୍ତ । ପୂର୍ବ ଯୋଜନା ଅନୁସାରେ ୩୦/୦୪/୨୦୦୪ରେ ଭିଜିଲାନ୍ସଠାରୁ ନେଇଥିବା ରଙ୍ଗବୋଳା ଏକ ହଜାର ଟଙ୍କା ସିଡ଼ିପିଓ ଅଞ୍ଜନା ମିଶ୍ରଙ୍କୁ ଚନ୍ଦ୍ର ଲତା ମହାନ୍ତ ଦେଇଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ ସିଡ଼ିପିଓଙ୍କୁ ରଙ୍ଗେହାତରେ ଧରିବା ସହିତ ତାଙ୍କ ନିକଟରୁ ଭିଜିଲାନ୍ସର ରଙ୍ଗ ବୋଳା ଟଙ୍କାକୁ ମଧ୍ୟ ଜବତ କରିଥିଲେ । ଏହାକୁ ନେଇ ଭିଜିଲାନ୍ସରେ କେଶ ନମ୍ବର ୨୨/୨୦୦୪ ଓ ସିଏସ କେଶ ନମ୍ବର ୩୭/୨୦୦୪ରେ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାର ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ ।

 

 

 

Leave A Reply

Your email address will not be published.