ରେଙ୍ଗାଲି ରେ ବିଧାୟକ ନାଉରି ନାୟକ-ସମୀକ୍ଷା କଲେ କରୋନା ସଚେତନତା 

0 2

 ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ: କୋରୋନାର ସଚେତନତା ଏବଂ  ସରକାରୀ ଯୋଜନା ରେଙ୍ଗାଲି  କିପରି ଚାଲିଛି ତାର ସମିକ୍ଷା କରିଛନ୍ତି ବିଧାୟକ ନାଉରି ନାୟକ ।  ଏହି ମର୍ମରେ ରେଙ୍ଗାଲି ବିଧାୟକ ଶ୍ରୀ ନାୟକ ରେଙ୍ଗାଲି ବିଡିଓ  ଶଂକର ପ୍ରସାଦ ସାହୁଙ୍କ ଉପସ୍ଥିତି ରେ ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର  ଠାରେ କରୋନା ଏକାନ୍ତ ବାସଗୃହ ପରିଦର୍ଶନ କରିଥିଲେ l ପରେ ରେଙ୍ଗାଲି ବ୍ଲକ ଅଫିସ ରେ ତହସିଲଦାର ସୁନୀଲ କୁମାର ମେହେର,ରେଙ୍ଗାଲି ଥାନା ଅଧିକାରୀ  ସୁରେଶ ଚନ୍ଦ୍ର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ କୋରୋନା ଭାଇରସ  ସଂକ୍ରମଣ ନିୟନ୍ତ୍ରଣ ପାଇଁ  ବିଭିନ୍ନ ଜନଗହଳି ଜାଗାରେ ସାମଜିକ ଦୂରତା, ସହର ସାନିଟାଇଜେସନ,ପଞ୍ଚାୟତ ସ୍ଥରୀୟ ରନ୍ଧା ଖାଦ୍ୟ ବଣ୍ଟନ , କରୋନା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଆଦିର କାର୍ଯ୍ୟକାରିତା  ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ l ପରେ ରମ୍ପେଲା ହାଇସ୍କୁଲ ଠାରେ ଖୋଲାଯାଇଥିବା ଅଟଳ ଏକାନ୍ତବାସ ସେଣ୍ଟର  ତଦାରଖ କରିଥିଲେ ଏହି ସେଣ୍ଟର ଦାୟିତ୍ୱ ରେଙ୍ଗାଲି ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ଓରାମ ଙ୍କୁ ଦିଆଯାଇଅଛି l ପରେ ବିଧାୟକ  ନାୟକ ପଣ୍ଡଲୋଇ ସ୍ଥିତ ଆର.ଆର. କଲୋନୀ ଠାରେ ଆଦିତ୍ୟ ବିର୍ଲା ପକ୍ଷରୁ  ଆୟୋଜନ କରାଯାଇଥିବା ଖାଦ୍ୟ ସାମଗ୍ରୀ ବିତରଣ କରିଥିଲେ।  ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଜେପି ପ୍ରଭାରୀ ଯୁଗଲ କିଶୋର  ଅଗ୍ରୱାଲ, ରେଙ୍ଗାଲି ଜିଲ୍ଲାପରିଷଦ ସଭ୍ୟ  ତିରୋଜ ହେଡେଞ୍ଜା, ପ୍ରମୋଦ ପ୍ରଧାନ, ଆଶିଷ ହୋତା, ଅତୀଶ ପ୍ରଧାନ, ନବୀନ ପ୍ରଧାନ, ସରୋଜ ସାହୁ, ଜଗନ୍ନାଥ ମେହେର, ସଜ୍ଜନ ପୋଦ୍ଦାର, ମନୀଷ ଅଗ୍ରୱାଲ, ରାଜକିଶୋର ବେହେରା, ବୁଲୁ ମିଶ୍ର,  ଟିକୁ ମେହେର  ପ୍ରମୋଦ ପ୍ରଧାନ, ସୁଶ୍ରୀ ଶ୍ଵେତା ଉପାଧ୍ୟାୟ, ମନୋରଞ୍ଜନ ବେହେରା,  ସରୋଜ ଆଚାର୍ଯ୍ୟ,  ସତ୍ୟନାରାୟଣ ଦାସ ଆଦିତ୍ୟ ବିର୍ଲା କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। 

କରୋନାର ଭୟାବହତାରେ ଲୋକେ ଭୟଭିତ ହୋଇ ଜୀବନଯାପନ କରୁଥିବା ସମୟରେ ବିଧାୟକଙ୍କ ଉପସ୍ଥିତି ଓ ସରକାରୀ ଯୋଜନାର ସମିକ୍ଷାକୁ ସବୁ ବର୍ଗର ଲୋକେ ପ୍ରଶଂସା କରିଛନ୍ତି। 

Leave A Reply

Your email address will not be published.