ପଦ୍ମପୁର(ଶାସକ ପ୍ରଶାସକ) : ପାଇକମାଲ ନିବାସୀ ଧର୍ମ ପରାୟଣ ଓ ଠାକୁର ନିଗମାନନ୍ଦଙ୍କ ଆଶ୍ରିତ ବାଉରୀବନ୍ଧୁ ସ୍ବାଇଁ(୯୩)ଙ୍କ ଶନିବାର ରାତି ପ୍ରାୟ ୮,୩୦ ମିନିଟରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ପ୍ରାୟ ଏକ ବର୍ଷ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ । ତାଙ୍କର ମୃତ୍ୟୁ ସମୟରେ ବଡ ପୁଅ ରାଜ କୁମାର ସ୍ବାଇଁ, ସାନ ପୁଅ ବିଜୟ କୁମାର ସ୍ବାଇଁ ଙ୍କ ସମେତ ତିନି ବୋହୂ,ନାତି ନାତୁଣୀ ଉପସ୍ଥିତ ଥିଲେ। ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ ପୁଅ ରାଜ କୁମାର ସ୍ବାଇଁ ମୁଖାଗ୍ନି ଦେଇଥିଲେ । ଶବ ଦାହ ସମୟରେ ପାଇକମାଲ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନୋଦ କୁମାର କାଲିଆ,ସରପଞ୍ଚ ଧବଳେଶ୍ଵର ସାହୁ,ଅବସର ପ୍ରାପ୍ତ ତହସିଲଦାର ରାଜେନ୍ଦ୍ର ରାଉତ,ଓକିଲ ରାଜ କିଶୋର ସାହୁ, ମନୋଜ କୁମାର ତ୍ରିବେଦୀ,ଗୋବର୍ଦ୍ଧନ ଅଗ୍ରୱାଲ,ସରୋଜ ସାମଲ, ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ,ସାମ୍ବାଦିକ ସୁରଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ଅଂଚଳରେ ଶୋକ ଛାୟା ଖେଳିଯାଇଛି । ସ୍ବର୍ଗତ ବାଉରୀବନ୍ଧୁ ସ୍ବାଇଁଙ୍କ ସାନ ପୁଅ ଭୁବନେଶ୍ବରପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ତଥା ସମାଜସେବୀ ବିଜୟ କୁମାର ସ୍ବାଇଁ ଅଟନ୍ତି ।
Sign in
Sign in
Recover your password.
A password will be e-mailed to you.