ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଠାରେ ଜେ.ସି.ସି. ଦ୍ଵାରା ଆୟୋଜିତ ୨ୟ ଜ୍ୟୋତିନଗର କ୍ରିକେଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଡାଙ୍ଗବାହାଲ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୮୯ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ ଝାଙ୍କରପାଲି ଦଳ ୯ ଓଭର ରେ ୪ ଉଇକେଟ ହରାଇ ୮୫ ରନ ସଂଗ୍ରହ କରି ୫ ରନ ରେ ପରାଜିତ ହୋଇଥିଲେ । ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ଝସକେତନ ସାହୁ ମୁଖ୍ୟ ଅତିଥି ଓ ବୈକୁଣ୍ଠ ସୁନା, ଭାସ୍କର ସୁନା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଚମ୍ପିୟାନ ଡାଙ୍ଗବାହାଲ ଦଳକୁ ୧୦୦୦୦ ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅଫ ଝାଙ୍କରପାଲି ଦଳକୁ ୬୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଦୀପକ ସେନ୍ଦ୍ରିଆ, ମନୋଜ ବାଗ, ଅନିଲ ସାହୁ ମଞ୍ଚ ରେ ଉପସ୍ଥିତ ଥିଲେ। ଝାଙ୍କରପାଲି ର କରୁଣା ଙ୍କୁ ମେନ ଅଫ ଦି ସିରିଜ ଓ ଡାଙ୍ଗବାହାଲ ର ଉମାକାନ୍ତ ଙ୍କୁ ମେନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ମ୍ୟାଚକୁ ଅମ୍ପାୟାର ଦୁର୍ଯୋଧନ ଓ କୈଳାସ ପରିଚାଳନା କରିଥିଲେ ଏବଂ ଜଗ ଓ ମାନସ ସ୍କୋରିଂ ଦାୟିତ୍ଵ ରେ ଥିଲେ। ଅମିତ ଓ ସାନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ। ଉପେନ୍ଦ୍ର, ଗୋକୁଳ, ନରେନ୍ଦ୍ର, ଅଜିତ, ଦୀପକ, ବିଶାଲ, ଅଭି, ବୁଠି, ପୁପୁନ୍, ବିକାଶ, ଅରୂପ ସହଯୋଗ କରିଥିଲେ। ଶେଷରେ ଆଲୋକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post