ପୁଣି ଅଚାନକ : “ଉତ୍କଳମଣି ଗୋପବନ୍ଧୁ ସ୍ମୃତି”ରେ ଅରୁଣ 

0 2

ଭୁବନେଶ୍ୱର(ଶାସକ ପ୍ରଶାସକ): ଶନିବାର ଅପରାହ୍ନରେ ଅଚାନକ ସାକ୍ଷୀଗୋପାଳସ୍ଥିତ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଗସ୍ତ କରିଥିଲେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ | ଏହି ଗସ୍ତ ସମୟରେ ମନ୍ତ୍ରୀ ଡ. ସାହୁ ଅଧ୍ୟାପକମାନଙ୍କ ଉପସ୍ଥାନ ଯାଞ୍ଚ କରବା ସହିତ କ୍ଲାସରୁମ୍ ବୁଲି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଦେଖିଥିଲେ ଏହି ଅବସରରେ ମନ୍ତ୍ରୀ ଡ. ସାହୁ ପ୍ରୋକ୍ଟୋରିଆଲ୍ କ୍ଲାସ୍ ଏବଂ ମେଣ୍ଟରିଂ ଉପରେ ଗୁରୁତ୍ୱାରୋପ କରିବା ସହିତ ମହାବିଦ୍ୟାଳୟରେ ନିୟମିତ ପ୍ରୋକ୍ଟୋରିଆଲ୍ କ୍ଳାସକୁ  ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲୋ ଏଥି ସହିତ ମେଣ୍ଟର ଭାବରେ ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀମାନଙ୍କ ଦାୟିତ୍ୱ ନେବା ପାଇଁ କହିଥିଲୋ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକଙ୍କ ମଧ୍ୟରେ ସମନ୍ୱୟ ରଖିବା  ପାଇଁ ମହାବିଦ୍ୟାଳୟରେ ବିଭିନ୍ନ ହ୍ୱାଟସ୍ ଆପ୍ ଗ୍ରୁପ୍ ଗଠନ କରାଯାଇଥିବା ସମ୍ବନ୍ଧରେ ମନ୍ତ୍ରୀ ଡ. ସାହୁ ଅବଗତ ହୋଇଥିଲୋ

ଯେଉଁଦିନ ଶିକ୍ଷକଟିଏ ଛାତ୍ରଛାତ୍ରୀଙ୍କୁ ତାଙ୍କ ନିଜ ପିଲା ବୋଲି ଭାବିବେ ସେଦିନ ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷକମାନଙ୍କୁ ନିଜର ବାପାମା’ ବୋଲି ଭାବିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ଅଥିକ ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରୀ ସହ ସଂଶ୍ଳିଷ୍ଟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ଯଦ୍ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ପାଇବ ଏବଂ ସେମାନେ ଲାଇବ୍ରେରୀରେ ଉପଲବ୍ଧ ପୁସ୍ତକଗୁଡ଼ିକର ଉପଯୋଗ କରିପାରିବୋ ଏହି ଅବସରରେ ମନ୍ତ୍ରୀ ଡ. ସାହୁ ମହାବିଦ୍ୟାଳୟ ପରିସର ବୁଲି ଦେଖିଥିଲେ  ଓ ଏହାର ଭିତ୍ତିଭୂମିକୁ ଦେଖି  ସନ୍ତୋଷ ପ୍ରକାଶ କରିଥିଲୋ 

 

Leave A Reply

Your email address will not be published.