ବାରିପଦା(ଦିଲ୍ଲୀପ ମହାନ୍ତି)- ଷଣ୍ଢ ଚାଲାଣ କରୁଥିବା ବେଳେ ଦୁଇ ଅଟକ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନରେ। ଗତକାଲି ରାତିରେ ପୋଲିସ କଦଳିଆ ରଘୁନାଥପୁର ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଓଡ଼ି ୦୧ ଏଡି ୪୬୭୫ ନମ୍ବର ବିଶିଷ୍ଟ ଏକ ପିକଆପ ଭେନରେ 0୫ ଟି ଷଣ୍ଢ ଚାଲାଣ ଉଦ୍ୟମ ହେଉଥିବାର ଖବର ପାଇ ଗାଡିଟିକୁ ଥାନାକୁ ଆଣିଥିଲେ। ଉକ୍ତ ଘଟଣାରେ ପୋଲିସ ବୈଶିଙ୍ଗା ଅଂଚଳର ଲଷ୍ମୀଧର ବେହେରା ଓ ଖୁଣ୍ଟା ଅଂଚଳର ସତ୍ୟବ୍ରତ ମହାପାତ୍ରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ଆଜି ବେତନଟୀ ଅଂଚଳରେ ମଧ୍ୟ ଏକ ଗାଡ଼ିରେ ୧0 ଟି ବଳଦ ଚାଲାଣ ହେଉଥିବା ବେଳେ ପୋଲିସ ଧରିବାରେ ସକ୍ଷମ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୋରୁ ଚାଲାଣ ଘଟଣା ଦିନକୁ ଦିନ ଏହି ଅଂଚଳରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟରେ ଗୋରୁ ଗାଈଙ୍କ ପରେ ଏବେ ଷଣ୍ଢ ଚାଲାଣ ଜୋର ଧରିଥିବା ବେଳେ ପୋଲିସ ପକ୍ଷରୁ ଏହାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ ନିମନ୍ତେ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.