ଓଡିଶା ସରକାର ଗଢିଲେ ପଛୁଆ ବର୍ଗ ଆୟୋଗ : ଜଷ୍ଟିସ ରଘୁନାଥ ବିଶ୍ୱାଳ ହେଲେ ଅଧ୍ୟକ୍ଷ |

2

ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡିଶା ସରକାର ଗଢିଲେ ପଛୁଆ ବର୍ଗ ଆୟୋଗ | ହାଇକୋର୍ଟର ପୂର୍ବତନ ବିଚାରପତି ତଥା ରାଜ୍ୟ ଖାଉଟି ବିବାଦ ଆୟୋଗର ପୂର୍ବତନ ଅଧ୍ୟକ୍ଷ  ଜଷ୍ଟିସ ରଘୁନାଥ ବିଶ୍ୱାଳ ହେଲେ ଅଧ୍ୟକ୍ଷତା ଗଠିତ ଏହି ଆୟୋଗରେ ସଦସ୍ୟ ଭାବେ ଜଣାଶୁଣା ସମାଜ ବିଜ୍ଞାନୀ ପ୍ରଫେସର ଡ଼ ନବନୀତା  ରଥ, ପ୍ରାୟୋଗିକ ଅର୍ଥନୀତି କ୍ଷେତ୍ରରେ ଜଣେ ଜଣାଶୁଣା ଅର୍ଥନୀତି  ପ୍ରଫେସର ଭାବେ ପରିଚିତ  ଡ଼ ମିତାଲି ଚିନ୍ନାରା ଓ ଜଣାଶୁଣା ନୃତତ୍ତ୍ୱବିତ  ଡ଼ ପ୍ରସନ୍ନ କୁମାର ପାତ୍ର ନିଯୁକ୍ତ ହୋଇଛନ୍ତି | ଓଡିଶା ପଛୁଆ ବର୍ଗ ଆୟୋଗ ଅଧିନିୟମ ୧୯୯୩ ଅନୁସାରେ ରାଜ୍ୟ ସରକାର ଏହି କମିଶନ ଗଠନ କରିଛନ୍ତି | ବରିଷ୍ଠ ଆଇଏସ ଅଫିସର ବୀର ବିକ୍ରମ ଯାଦବଙ୍କୁ ଆୟୋଗଙ୍କ ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି | 

Leave A Reply

Your email address will not be published.