ସଂଖ୍ୟାଲଘୁ ଧର୍ମୀୟ ଅନୁଷ୍ଠାନଙ୍କ ବିକାଶ ପାଇଁ ୧୬ କୋଟି 

2

ସ୍ପେସିଆଲ ପ୍ରୋବ୍ଲେମ ଫଣ୍ଡରୁ ମଂଜୁର କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର (ଶାସକ ପ୍ରଶାସକ)ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କେତେକ ସଂଖ୍ୟାଲଘୁ ଧର୍ମୀୟ ଅନୁଷ୍ଠାନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ କୋଟି ଟଙ୍କା ମଂଜୁର କରିଛନ୍ତି | ସ୍ପେସିଆଲ ପ୍ରୋବ୍ଲେମ ଫଣ୍ଡ ବା  ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ବାବଦ ଅର୍ଥ ପ୍ରଦାନ କରାଯିବ । ଏହି ଅର୍ଥରେ ସମ୍ପୃକ୍ତ ଧର୍ମାନୁଷ୍ଠାନ ଗୁଡିକର ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହିତ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯିବ।

ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ସତ୍ୟନଗରସ୍ଥିତ ଯୀଶୁ ଖ୍ରୀ‌ଷ୍ଟ ଏବଂ ମଦର ମେରୀ ଭୁବନେଶ୍ବର କ୍ୟାଥ୍‌ଲିକ୍‌ ଚର୍ଚ୍ଚକୁ ଦୁଇକୋଟି ଟଙ୍କା,  ଭୁବନେଶ୍ବର ୟୁନିଟ-୪ କ୍ୟାପିଟାଲ୍‌ ମସ୍‌ଜିଦ୍‌କୁ ଦୁଇକୋଟି ଟଙ୍କା, କଟକ ମିଶନ ରୋଡସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚକୁ ୨କୋଟି ଟଙ୍କା,  ଦରଘାବଜାର କଦମ-ଇ-ରସୁଲ ମସ୍‌ଜିଦ୍‌କୁ ଦୁଇକୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ |

ସେହିପରି କେନ୍ଦ୍ରାପଡ଼ା ଫକୀରବାଦ ମରକାଜି ମସ୍‌ଜିଦ୍‌, ଭଦ୍ରକ ପୁରୁଣା ବଜାର ଜାମା ମସ୍‌ଜିଦ୍‌, ସମ୍ବଲପୁର ଜିଲ୍ଲା ସ୍କୁଲ୍‌ ଛକ ପଲଟନ୍‌ ମସ୍‌ଜିଦ୍‌, ସମ୍ବଲପୁର ସେଣ୍ଟ୍‌ ଯୋସେଫ୍‌ କ୍ୟାଥେଡ୍ରାଲ୍‌(ରୋମାନ କାଥଲିକ୍‌), ବ୍ରହ୍ମପୁର ଭାପୁର ବଜାର ଜାମିୟା ମସ୍‌ଜିଦ୍‌, ଗିରିରୋଡ୍‌ ବ୍ରହ୍ମପୁର ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ, ରାଉରକେଲା ବିଶପ ମିଶନାରୀ(ରୋମାନ କାଥ୍‌ଲିକ୍‌) ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା  ମସ୍‌ଜିଦ୍‌କୁ ଏକ କୋଟି ଟଙ୍କା ଲେଖାଏ ଅର୍ଥ ସ୍ବତନ୍ତ୍ର ସମସ୍ୟା ପାଣ୍ଠି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।

 

Leave A Reply

Your email address will not be published.