ମହିଳା ସ୍ନାତକ ମହାବିଦ୍ୟାଳୟର ୯ମ ବାର୍ଷିକ ଉତ୍ସବ-୨୦୨୦ 

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ୯ମ ବାର୍ଷିକ ଉତ୍ସବ-୨୦୨୦ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଅଧ୍ୟକ୍ଷତା କରିବା ସହ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।  ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ  କେ.ନାରାୟଣ ରାଓ ଯୋଗଦେଇ ଆଜିକାଲି ସମାଜରେ କେବଳ ପାଠ ପଢି ଶିକ୍ଷିତ ହେଲେ ହେବନାହିଁ,  ଶିଷ୍ଟାଚାର  ,  ମର୍ଯ୍ୟାଦା ପ୍ରତି ଛାତ୍ରୀମାନେ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଥିଲେ । 

   ମୁଖ୍ୟବକ୍ତା ଭାବେ ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ.ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗଦେଇ ଛାତ୍ରୀମାନେ ଆଜିର ସମାଜରେ ଅଧିକା ସମୟ ସ୍ମାର୍ଟ ଫୋନରେ ଅଧିକ ସମୟ ନଷ୍ଟ ନକରି  ଯଦି ଲାଇବ୍ରେରୀର ବ୍ୟବହାର କରିପାରିଲେ ସେମାନଙ୍କ ଶିକ୍ଷା ପାଇଁ ଅଧିକ ସହାୟକ ହୋଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ବୋଲି କହିଥିଲେ।

  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନୁପମ ସାହା ,ମହିଳା ସ୍ନାତକ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଂଜଦେଓ ଅତିଥି ରୂପେ ମଞ୍ଚାସୀନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ମହାବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ବାର୍ଷିକ ସ୍ମରଣିକା  “ସୃଷ୍ଟି” ଉନ୍ମୋଚିତ କରିଥିଲେ ।

  ଏହି ଅବସରରେ ତ୍ରିନାଥ ସାହୁ ମେମୋରିଆଲ୍  ଆୱାର୍ଡ ସୁଲତା ପାଣିଗ୍ରାହୀ , ସରସ୍ୱତୀ ମେମୋରିଆଲ୍ ଆୱାର୍ଡ କେ.ଭାରତୀ ,  ଶ୍ରୀନିବାସ ବକ୍ସି ମେମୋରିଆଲ୍ ଆୱାର୍ଡ ସୁଭଶ୍ରୀ ପ୍ରଧାନ ଅଲ୍ ରାଉଣ୍ଡର  ରଶ୍ମିତା ଷଡ଼ଙ୍ଗୀ , ବେଷ୍ଟ ଷ୍ଟୁଡେଏନଟ୍ ସମିଷ୍ଟା ଭୁକ୍ତା ମହାବିଦ୍ୟାଳୟର ଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିବା ବେଳେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ଅତିଥି ମାନେ।

 କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ରଘୁନାଥ ପାତ୍ରଙ୍କ ସ୍ୱର ସଂଯୋଜନାରେ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।   ଡ଼.ଜୟନ୍ତୀ ରଥ  ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ଼.କଲ୍ୟାଣୀ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Leave A Reply

Your email address will not be published.