ହେଡଲାଇନସ୍:

ଖିଜିନିର ଲାଗି ଉସୋ ନାଇନ : ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନବୀନ ସରକାର କଥାରେ ନୁହେଁ,କାମରେ ବିଶ୍ୱାସ କରେ

ବିରୋଧୀ ଙ୍କର ପାଖରେ ନିର୍ବାଚନ ଲଢ଼ିବାର କୋଣସି ମୁଦ୍ଦା ନାହିଁ

ବିରୋଧୀ ଏଠି ଶସ୍ତା ରାଜନୀତି କରୁଛନ୍ତି 

ବରଗଡ :- ବର୍ତ୍ତମାନ ବିଜେପୁର ଉପନିର୍ବାଚନ କୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଚାଲିଛି । ଏହା ଭିତରେ ରାଜନୈତିକ ଦଳ ମାନଙ୍କର ଆରୋପ ପ୍ରତ୍ୟରୋପ ।ବିରୋଧୀ ମାନଙ୍କର ବିଭିନ୍ନ ଆରୋପ ର କଡା ଜବାବ ରଖିଛନ୍ତି ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ତଥା ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ । " ଆଗାମୀ 5 ବର୍ଷ ଭିତରେ ବିଜେପୁର ନିର୍ବାଚନ ମଣ୍ଡଳୀ ପଶ୍ଚିମ ଓଡ଼ିଶାରେ ନମ୍ବର ୱାନ ହେବ । ଆମ ସମସ୍ତ 20 ଜଣ ମନ୍ତ୍ରୀଙ୍କୁ ନବୀନ ବାବୁ ନିର୍ଦେଶ ଦେଇଛନ୍ତି ବିଜେପୁର ପାଇଁ ଅଧିକ ଯତ୍ନବାନ ହେବାକୁ । କେନ୍ଦ୍ର ସରକାର ଘୋଷଣା କରିଥିବା ବରଗଡ ରୁ ନୂଆପଡାକୁ ରେଳ ଲାଇନ ପାଇଁ ବିଜେପି ସରକାର ଆଜି ପର୍ଯ୍ୟନ୍ତଵା ଟଙ୍କା ଟିଏ ଅନୁଦାନ ଦେଇ ନାହାନ୍ତି । କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭକୁଆ ବନାଉଛନ୍ତି ଓ ଖାଲି ଖିଜିନୀ କରଛନ୍ତି । ବରପାଲି ରୁ ସୋହେଲାକୁ 6 ନମ୍ବର ଜାତୀୟ ରାଜପଥ କରିବୁ କହିଲେ ସେ କାମ ବି ଆଜି ପର୍ଯନ୍ତ କରି ପାରିଲେ ନାହିଁ   । ଓଡିଶା ସରକାର ସୋହେଲା ରୁ ସାଇପାଳିକୁ 30 କିଲୋ ମିଟର ଡବଲ ରାସ୍ତା କରିବ । ଆମେ କଥା ଦେଇ ଥିଲୁ  ଗାଇସିଲେଟ ବ୍ଳକରେ  ଆର ଆଇ ଅଫିସ ଖୋଲିବା ପାଇଁ । ଡାଙ୍ଗ ବାହାଲ,ଗୁଦେରପାଲି,କୁଣ୍ଡାଖାଇ ଓ ତାଲପାଲି ରେ ଆରଆଇ ଅଫିସ ଖୋଲା ହେଲା । ଆଗାମୀ ଦିନରେ ଲାଉ ମୁଣ୍ଡା ଓ ବଡ଼ ବାଉଁସେନ ରେ ମଧ୍ୟ ଆର ଆଇ ଅଫିସ ଖୋଲା ହେବ । ବିଜେପି ର ଷ୍ଟାର ପ୍ରଚାରକ ଧର୍ମେନ୍ଦ୍ର ପ୍ରଧାନ ଆସିଲେ । ରୋଡ଼ ସୋ କଲେ । ଛକ ମାନଙ୍କରେ ଶହେ ଲୋକ ନ ଥିଲେ । 17 ତାରିଖରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଆସିବେ । ରୋଡ଼ ସୋ ହେବ । ଅଞ୍ଚଳ ବାସୀ ଚାହିଁ ବସିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିବାକୁ ଓ ତାଙ୍କୁ ସୁନୁବାକୁ । 2000 ରୁ 2004 ପର୍ଯ୍ୟନ୍ତ ଅଶୋକ ପାଣିଗ୍ରାହୀ ବିଜେ ପୁର ର ବିଧାୟକ ଥିଲେ । ତା ପୂର୍ବରୁ କଂଗ୍ରେସ ସରକାର ଥିଲା । ମାଷ୍ଟର ମାନଙ୍କୁ ଚାକିରିଆ ମାନଙ୍କୁ ଦରମା ଦେଇ ପାରୁ ନ ଥିଲା ସେ ସମୟର ସରକାର। ବର୍ଷ ବର୍ଷ ଧରି ଓଭର ଡ୍ରାଫ୍ଟରେ ଚାଲୁଥିଲା ସରକାର । ନବୀନ ପଟ୍ଟନାୟକ ସରକାର ଆସିଲା ଦିନଠୁ ଓଡ଼ିଶାର ଅର୍ଥନୀତି ବଦଳି ଯାଇଛି । ସବୁ ଆଡେ ବିକାଶ ର ସୂତ୍ରପାତ ହୋଇଛି । ଭାରତରେ ନବୀନ ସରକାର ଏକ ନମ୍ବର ସରକାର । ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହିସାବରେ ଅନେକ ଥର ପୁରସ୍କାର ପାଇବା ସହିତ ସୁଖ୍ୟାତି ଅର୍ଜନ କରି ସାରିଛନ୍ତି । ନବୀନ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ । ଆମେ ମନ୍ତ୍ରୀ ବିଧାୟକ ମାନେ ଅଂଚଳର ଦୁଃଖ ନବୀନ ବାବୁଙ୍କ କହିଥାଉ । ସାଇପାଲି  15 କିଲୋମିଟର ରାସ୍ତା ପାଇଁ 15 କୋଟି ଟଙ୍କା ଦିଆ ହୋଇଛି ।  କାମ ଆରମ୍ଭ ହେବ । ବିଜେପି ବାଲାଙ୍କୁ କାମ ଦେଖା ଯାଉନି । ଖାଲି ସେମାନେ ଖିଜିନି କରି ଜାଣିଛନ୍ତି । ଖିଜିନି ପାଇଁ ଔଷଧ ନାହିଁ । ଆପଣ ମାନେ ବିଗତ ନିର୍ବାଚନ ମାନଙ୍କରେ 1 ଲକ୍ଷ ରୁ ଅଧିକ ଭୋଟ ଦେଇ ଦୁଇ ଦୁଇ ଥର ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ଛନ୍ତି । ଯେଉଁ ଆଡେ ବିକାଶ ସେଇ ଆଡେ ଯିବା । ଯେଉଁ ଆଡେ କାମ ସେଇ ଆଡେ ଯିବା। ନବୀନ ସରକାର ଗରିବ ଦୁଃଖୀଙ୍କ ସରକାର ଚାଷୀ ମୂଲିଆଙ୍କ ସରକାର ଆମର ସରକାର । ବିଜେପୁର ର ଯାହା ବି ରେଭେନ୍ୟୁ ଭିଲେଜ ଅଛି ଆଗାମୀ ଚାରି ବର୍ଷ ଭିତରେ  ସବୁ ଗାଁ ମୂଖ୍ୟ ରାସ୍ତା ସହ ସଂଯୋଗ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ କଡା ନିର୍ଦେଶ ଦେଇଛନ୍ତି । ଗଙ୍ଗାଧର ମେହେର ଜଳ ସେଚ ପ୍ରକଳ୍ପର କାମ ଆରମ୍ଭ ହେବ । ଟେଣ୍ଡର ହୋଇ ସାରି ଲାଣି । ଏଲ ଆଣ୍ଡ ଟି କମ୍ପାନୀ ଏବଂ ହାଇଦ୍ରାବାଦର ମେଗା ଇଂଜିନିୟରିଂ ଆଣ୍ଡ ଇନ୍ଫ୍ରାଷ୍ଟ୍ରକଚର ଏହି କାମ ଦିଆ ସରିଛି । ନିର୍ବାଚନ ଆଚରଣ ବିଧି ଲାଗୁ ହେଇଥିବା କାରଣରୁ ଏହା ଆରମ୍ଭ ହେଇ ପାରିନାହିଁ । ଏଥି ପାଇଁ ରାଜ୍ୟ ସରକାର 1349 କୋଟି ଟଙ୍କା ପ୍ରଦାନ କରିଛନ୍ତି । ନିର୍ବାଚନ ପରେ କାମ ଆରମ୍ଭ ହେବ ।  ବିରୋଧୀ ମାନେ ଲୋକଙ୍କୁ ଅଯଥା ମିଥ୍ୟା ପ୍ରତିଶ୍ରୁତି ଦେବା ବଦଳରେ ଲୋକଙ୍କ ପାଇଁ କାମ କରନ୍ତୁ ବୋଲି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ ।

0
0
0
s2sdefault