ହେଡଲାଇନସ୍:

୩ ଅନ୍ତରାଜ୍ୟ ଗଞ୍ଜେଇ ଚୋର କୁ ଗିରଫ କାର ସହ ଗଞ୍ଜେଇ ଜବତ କଲା ଜଗଦଳପୁର ପୋଲିସ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର : - ଜଗଦଲପୁର ପୋଲିସ ଏକ ଗଞ୍ଜେଇ ଚାଲାଣ ଘଟଣାର ପର୍ଦ୍ଦାଫାସ କରି ୨୪ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଏକ ଡାଟସନ କାର, ତିନୋଟି ମୋବାଇଲ ଫୋନ ଓ ନଗଦ ୫ ହଜାର ଟଙ୍କା ମଧ୍ୟ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଛତିଶଗଡ଼ ରାଜ୍ୟର ସୀତାରାମ ନିଷାଦ (୩୯), ନୀଲାଧର ସାହୁ (୪୫) ଓ ବିନେଶ ସାହୁ (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ସୂଚନା ରହିଛି । ଜବତ ସାମଗ୍ରୀ ମଧ୍ୟରେ ଗଞ୍ଜେଇ ସହ ଏକ ଡାଟସନ କାର, ଏକ ରେଡମି ମୋବାଇଲ, ଦୁଇଟି ଭିଭୋ ମୋବାଇଲ ଫୋନ ଏବଂ ନଗଦ ୫,୦୦୦ ଟଙ୍କା ରହିଛି। ଏହି ଘଟଣାରେ ଜଗଦଲପୁର ଥାନା କେସ ନମ୍ବର ୧୧୧/୨୦୨୬ ରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

0
0
0
s2sdefault