ଓଡ଼ଗାଁ, ୧୩।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ଶ୍ରୀ ରଘୁନାଥ ଜିଉ ମନ୍ଦିରକୁ ହାଇକୋର୍ଟ ଜଜ୍ ବିଭୁ ପ୍ରସାଦ ରାଉତରାୟ ପରିବାର ସହ ପରିଦର୍ଶନ କରିବା ସହ ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପରିସରରେ ତାଙ୍କୁ ମନ୍ଦିର ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହି ଅବସରରେ ଓଡ଼ଗାଁର ମାଜିଷ୍ଟ୍ରେଟ, ଦେବୋତ୍ତର ବିଭାଗର ମ୍ୟାନେଜର ତାପସ ପଟ୍ଟନାୟକ ଏବଂ ମନ୍ଦିର ସୁପରଭାଇଜର ଆଲୋକ ସାହୁ ଉପସ୍ଥିତ ରହିଥିଲେ। ପୂଜା ପଣ୍ଡା ତଥା ପୁଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ଠାକୁର ଦର୍ଶନ କରାଇ ଭୋଗରାଗ କରିଥିଲେ। ଜଜ୍ ରାଉତରାୟ ମନ୍ଦିରର ପରମ୍ପରା ଓ ଧାର୍ମିକ ପରିବେଶ ପ୍ରତି ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। ପରିଦର୍ଶନ ସମୟରେ ମନ୍ଦିରର ବିଭିନ୍ନ ବ୍ୟବସ୍ଥା ଏବଂ ଦୈନନ୍ଦିନ ନୀତିକାନ୍ତି ସମ୍ପର୍କରେ ସେ ଅବଗତ ହୋଇଥିଲେ। ଏହି ଗସ୍ତ ସମୟରେ ମନ୍ଦିର ପ୍ରଶାସନ ଓ ଅନ୍ୟାନ୍ୟ ପୂଜକ ଓ ଭକ୍ତମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ରାଜ୍ୟ
ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ କଲେ ହାଇକୋର୍ଟ ଜଜ୍ ବିଭୁ ପ୍ରସାଦ ରାଉତରାୟ
- Hits: 16







