ହେଡଲାଇନସ୍:

ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬; ସପ୍ତମ ଦିନରେ ବ୍ରଦର୍ଶ ଇଲେଭେନ୍, ଜ୍ୟୋତି ଇଲେଭେନ୍ ଏମ୍ପୋରିଅର, କେ. ଇଲେଭେନ୍ ଓ ଏକ୍ସଷ୍ଟ୍ରିମ୍ ବ୍ଲାଷ୍ଟର ବିଜୟୀ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୩।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ସପ୍ତମ ଦିନରେ ଅନୁଷ୍ଠିତ ଚାରିଟି ରୋମାଞ୍ଚକର ମ୍ୟାଚରେ ବ୍ରଦର୍ଶ ଇଲେଭେନ୍, ଜ୍ୟୋତି ଇଲେଭେନ୍ ଏମ୍ପୋରିଅର, କେ. ଇଲେଭେନ୍ ଏବଂ ଏକ୍ସଷ୍ଟ୍ରିମ୍ ବ୍ଲାଷ୍ଟର ବିଜୟୀ ହୋଇଥିଲେ। ଶନିବାର ପ୍ରଥମ ମ୍ୟାଚରେ ଲିଜେଣ୍ଡ ଏମ୍ପୋରିଅର ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୬୦ ରନ୍ ସଂଗ୍ରହ କରିଥିଲା। ଜବାବରେ ବ୍ରଦର୍ଶ ଇଲେଭେନ୍ ୭.୨ ଓଭରରେ ୫ ଉଇକେଟ ହରାଇ ୬୧ ରନ୍ କରି ବିଜୟ ହାସଲ କରିଥିଲା। ଅଜୟଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦ୍ୱିତୀୟ ମ୍ୟାଚରେ ଓଡ଼ଗାଁ ଥଣ୍ଡର ୭.୪ ଓଭରରେ ସମସ୍ତ ଉଇକେଟ ହରାଇ ୫୮ ରନ୍ କରିଥିଲା। ଏହାର ପ୍ରତିଉତ୍ତରରେ ଜ୍ୟୋତି ଇଲେଭେନ୍ ଏମ୍ପୋରିଅର ୫.୪ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ୫୯ ରନ୍ ସଂଗ୍ରହ କରି ସହଜ ବିଜୟ ହାସଲ କରିଥିଲା। ଚିତଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଭାବେ ଘୋଷଣା କରାଯାଇଥିଲା। ତୃତୀୟ ମ୍ୟାଚରେ ଆଇରନ୍ ଇଗଲ୍ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ବିନିମୟରେ ୫୯ ରନ୍ ସଂଗ୍ରହ କରିଥିଲା। ପ୍ରତିଉତ୍ତରରେ କେ. ଇଲେଭେନ୍ ୫.୩ ଓଭରରେ ୫ ଉଇକେଟ ହରାଇ ୬୦ ରନ୍ କରି ମ୍ୟାଚ୍ ଜିତିଥିଲା। ଆଜିର ଚତୁର୍ଥ ତଥା ଦିନର ଶେଷ ମ୍ୟାଚରେ ଏକ୍ସଷ୍ଟ୍ରିମ୍ ବ୍ଲାଷ୍ଟର ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ହରାଇ ୧୦୯ ରନ୍‌ର ବିଶାଳ ସ୍କୋର ଛିଡ଼ାକରିଥିଲା। ଜବାବରେ ଡାଇନୋମିକ୍ସ କିଙ୍ଗସ୍ ୯ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୪ ରନ୍ ସଂଗ୍ରହ କରିପାରିଥିଲା। ଫଳରେ ଏକ୍ସଷ୍ଟ୍ରିମ୍ ବ୍ଲାଷ୍ଟର ୫୫ ରନ୍‌ର ବିଶାଳ ବ୍ୟବଧାନରେ ବିଜୟୀ ହେବା ସହ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା। ବିଶ୍ୱଜିତଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚଗୁଡ଼ିକୁ କିଶନ, ଗୋପ, ରାମ, ଚନ୍ଦନ, ଅଭି, ମିହିର, ବାଦଲ ଓ ରୋହନ୍ ପରିଚାଳନା କରିଥିଲେ।
ରବିବାର ଅନୁଷ୍ଠିତ ହେବାକୁ ଥିବା କ୍ୱାର୍ଟର ଫାଇନାଲ ମ୍ୟାଚଗୁଡ଼ିକରେ ପ୍ରଥମେ ଶ୍ରୀରାମ ସ୍ପୋର୍ଟସ କ୍ଲବ୍ ଓ ବିଷ୍ଟ ଇଲେଭେନ୍, ଦ୍ୱିତୀୟ ମ୍ୟାଚରେ ଆଇକନ୍ ଷ୍ଟାର୍ ଓ ବ୍ରଦର୍ଶ ଇଲେଭେନ୍ ଏବଂ ତୃତୀୟ ମ୍ୟାଚରେ ଜ୍ୟୋତି ଇଲେଭେନ୍ ଏମ୍ପୋରିଅର ଓ କେ. ଇଲେଭେନ୍ ମଧ୍ୟରେ ମୁକାବିଲା ହେବ।
ଏହି ଅବସରରେ ରଘୁନାଥ ଆଥଲେଟିକ୍ ଆସୋସିଏସନର ଭେଟେରାନ୍ ଖେଳାଳି ତଥା କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ଉପସ୍ଥିତି ଓ ଉତ୍ସାହ ମଧ୍ୟରେ ଦିନର ସମସ୍ତ ମ୍ୟାଚ ରୋମାଞ୍ଚକର ପରିବେଶରେ ସମ୍ପନ୍ନ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ମ୍ୟାଚ ସୁଚାରୁ ଭାବେ ପରିଚାଳିତ ହୋଇଥିଲା।

0
0
0
s2sdefault