ହେଡଲାଇନସ୍:

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍ ରେ ଖାଦ୍ୟ ମହୋତ୍ସବ ଅନୁଷ୍ଠିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍, ପଦ୍ମପୁର ର ଏକ ଉତ୍ସାହପୂର୍ଣ୍ଣ ଦିବସ । ସକାଳ ୭:୩୦ ମି. ରେ ସ୍କୁଲ୍ ପ୍ରାଙ୍ଗଣ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଖାଦ୍ୟ ମହୋତ୍ସବ (ଫୁଡ୍ ଫେଷ୍ଟ ) ଆୟୋଜିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଅଞ୍ଚଳ ମହାବିଦ୍ୟାଳୟ ସଂସ୍କୃତ ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ର ଯୋଗଦେଇ ସମାରୋହ ର ଉଦଘାଟନ କରିଥିଲେ । ସ୍କୁଲ୍ ର ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର, ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ, ଉପାଧ୍ୟକ୍ଷା ଶ୍ରୀମତୀ ନିବେଦିତା ଦାସ, ଖୁଣ୍ଟପାଲି ମୁଖ୍ୟ ଶ୍ରୀମତୀ ଜେନିସ ତିୱାରୀ, ମାର୍କେଟିଙ୍ଗ ଏବଂ ଲୋକସମ୍ପର୍କ ଅଧିକାରୀ ଶାଶ୍ୱତ ଦାଶ, ସ୍କୁଲ୍ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ମିଳିତ ଭାବରେ ଏହି ସମାରୋହ ର ପରିଚାଳନା କରିଥିଲେ । ଅଭିଭାବକ ମାନଙ୍କ ନେତୃତ୍ୱ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ରେ ସମାରୋହ ଟି ଅତି ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା । ଏହି ଖାଦ୍ୟ ମହୋତ୍ସବ ରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ହାତପରସା ଏବଂ ସୁସ୍ୱାଦୁ ବ୍ୟଞ୍ଜନ ଖାଦ୍ୟ ମହୋତ୍ସବ ର ମହତ୍ତ୍ଵ କୁ ଆହୁରି ବଢାଇଥିଲା । ରଙ୍ଗ ବେରଙ୍ଗ ର ବିଭିନ୍ନ ପ୍ରକାର ର ପାରମ୍ପରିକ ଖାଦ୍ୟ ସମାରୋହ ରେ ଝଲସି ଉଠିଥିଲା । ପଦ୍ମପୁର ସହର ତଥା ସହର ବାହାରୁ ଅନେକ ଅତିଥି ଆସି ଏହି ଖାଦ୍ୟ ମହୋତ୍ସବ କୁ ବେଶ୍ ଆନନ୍ଦ ଓ ଉଲ୍ଲାସ ର ସହ ଉପଭୋଗ କରିଥିଲେ । ଏହି ମହୋତ୍ସବ କୌଣସି ବଡ଼ ଯାତ୍ରା ରୁ କମ୍ ନ ଥିଲା ।

ସନ୍ଧ୍ୟା ସମୟରେ ସ୍କୁଲରେ ସମର କ୍ୟାମ୍ପ ର ଉଦଯାପନୀ ଉତ୍ସବ ସମାରୋହ ପାଳନ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ମ୍ୟାମ୍ କାର୍ଯ୍ୟର ଉପଯୋଗିତା, ଓ ବିବରଣୀ ପ୍ରଦାନ କରିଥିଲେ, ପିଲାମାନେ କାର୍ଯ୍ୟରେ ଯାହା ଯାହା ଶିଖିଥିଲେ ଯେପରି ସ୍ପୋକେନ୍ ଇଂଲିଶ, ଡ୍ରାମା ଓ ସ୍ପିଚ ମାଧ୍ୟମରେ, ସେପରି, ମାର୍ଶଲ ଆର୍ଟ, ଡ୍ୟାନ୍ସ, ସେଲ୍ଫ ଡିଫେନ୍ସ, ଫାୟାର୍ ଲେସ୍ କୁକିଙ୍ଗ, ମେଣ୍ଟାଲ ମ୍ୟାଥ ଆଉଟଡୋର ଗେମ୍, ଇଣ୍ଡୋର ଗେମ୍ ଇତ୍ୟାଦି ର ନମୁନା ପ୍ରଦର୍ସିତ କରିଥିଲେ ।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ ଯୋଗଦେଇ ସଭାର ମର୍ଯ୍ୟାଦା ବଢ଼ାଇବା ସହିତ ପିଲାମାନଙ୍କୁ ସମର କ୍ୟାମ୍ପ ର ଉପୋଯୋଗିତା ବିଷୟରେ କହିଥିଲେ।ଗଣ ମାଧ୍ୟମ ଏବଂ ସାମାଜିକ ଗଣ ମାଧ୍ୟମ ର ପ୍ରତିନିଧି ମାନଙ୍କୁ ମାନପତ୍ର ଓ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା ।ସ୍କୁଲର ବିଭିନ୍ନ ବିଭାଗରେ କୃତ କାର୍ଯ୍ୟ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସ୍କୁଲ ତରଫ ରୁ ସମସ୍ତ ଅଭିଭାବକ ଓ ସ୍କୁଲର ଶୁଭେଛୁ ମାନଙ୍କୁ ଉପାଧ୍ୟକ୍ଷା ଶ୍ରୀମତୀ ନିବେଦିତା ଦାସ ଧନ୍ୟବାଦ ଅର୍ପଣ କରି ସଭା ଉଦଯାପନ କରିଥିଲେ।

0
0
0
s2sdefault