ହେଡଲାଇନସ୍:

"ଯୋଜନା ପ୍ରହସନ, ହିତାଧିକାରୀଙ୍କ ପାଇଁ ସାତ ସପନ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମୃତକ ତୁଳସୀ ମୁଣ୍ଡା ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଲା ବିଜେପି ପ୍ରତିନିଧୀ ଦଳ 

 ବାଙ୍ଗିରୀପୋଷୀ ଘଟଣା ବଖାଣୁଛି ରାଜ୍ୟରେ କିପରି ଚାଲିଛି ସ୍ୱାସ୍ଥ୍ୟସେବା ଓ ମହିଳା ସୁରକ୍ଷା ଯୋଜନା

 କୋମାରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ମମତା ଯୋଜନା

 ଆଦିବାସୀ ମହିଳା ତୁଳସୀ ମୁଣ୍ଡାଙ୍କ ମୃତ୍ୟୁ  ‘ମୋ ସରକାର’ ଯୋଜନା ବିଫଳତାର ଦୃଷ୍ଟାନ୍ତ

 ମୃତକ ତୁଳସୀଙ୍କ  ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ସହ ତାଙ୍କ ସନ୍ତାନର ଭରଣ ପୋଷଣ ଦାୟିତ୍ୱ ନିଅନ୍ତୁ ରାଜ୍ୟସରକାର

ଭୁବନେଶ୍ୱର, (ଶାସକ ପ୍ରଶାସକ) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟ ବିଭାଗର ଖାମ ଖିଆଲି ନୀତି ଯୋଗୁଁ ରୋଗୀ ସେବା ଅନେକ ସ୍ଥାନରେ ବାଧାପ୍ରାପ୍ତ ହେଉଛି । ମେଡିକାଲରେ ଡାକ୍ତର ଅଭାବ, ଆବଶ୍ୟକୀୟ ଉପକରଣର ଅଭାବ, ଉନ୍ନତ ମାନର ଔଷଧର ଅଭାବ, ନିମ୍ନ ମାନର ଚିକିତ୍ସା ଏବଂ ଆମ୍ବୁଲାନ୍ସ ସେବାରେ ବିଭ୍ରାଟ ଯୋଗୁଁ ରାଜ୍ୟରେ ଅନେକ ରୋଗୀଙ୍କ ଜୀବନ ଯାଉଛି । ବାଙ୍ଗିରୀପୋଷି ବ୍ଲକର ହାଣଦା ଗ୍ରାମର ଚିତରଂଜନ ମୁଣ୍ଡାଙ୍କ ପତ୍ନୀ ତୁଳସୀ ମୁଣ୍ଡା ଦ୍ୱିତୀୟ ସନ୍ତାନ ପ୍ରସବ ନିମନ୍ତେ ଗର୍ଭ ଯନ୍ତ୍ରଣା କାରଣରୁ ଶୁକ୍ରବାର ରାତିରେ ବାଙ୍ଗିରୀପୋଷି ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଆଦିବାସୀ ମହିଳା ତୁଳସୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ  ମୁର୍ମୁ ମେଡିକାଲ କଲେଜକୁ ନେବା ପାଇଁ ଡାକ୍ତର ରେଫର କରିଥିଲେ । ୧୦୮ ଓ ୧୦୨ ଆମ୍ବୁଲାନ୍ସ ନଥିବା ଯୋଗୁଁ ମେଡିକାଲ ଆମ୍ବୁଲାନ୍ସରେ ତୁଳସୀଙ୍କୁ ନେଇ ଗଲାବେଳେ ବାଟରେ ତେଲ ସରିବା କାରଣରୁ ଆଧା ରାସ୍ତାରେ ଗର୍ଭବତୀ ମହିଳାଙ୍କ  ମୃତୁ୍ୟ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ପରେ ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୃତକ ତୁଳସୀ ମୁଣ୍ଡାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଏହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଏବଂ  ନିନ୍ଦନୀୟ ଘଟଣା ବୋଲି କହିଛନ୍ତି । ଏହା ପରେ ଶ୍ରୀ ଟୁଡୁ ବାଙ୍ଗିରୀପୋଷି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ଡାକ୍ତରଙ୍କ ସହ ପୂରା ଘଟଣା ସଂର୍ପକରେ ଆଲୋଚନା କରିଥିଲେ । 

ଶ୍ରୀ ଟୁଡୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କଥା କହି ଲୋକ ହିଁ ପ୍ରକୃତ ମାଲିକ ବୋଲି କହୁଛନ୍ତି । କିନ୍ତୁ ଏଠି ବାଙ୍ଗିରୀପୋଷି ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ନାହଁନ୍ତି । ସେହିପରି ୬ଟି ଡାକ୍ତର ପଦବୀରୁ ମାତ୍ର ୨ଜଣ ଡାକ୍ତର ଏଠି ନିଯୁକ୍ତ ଅଛନ୍ତି । ମେଡିକାଲରେ ନିୟମିତ ଆମ୍ବୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ଆଜି ଆଦିବାସୀ ମହିଳା ତୁଳସୀ ମୁଣ୍ଡାଙ୍କ ମୃତୁ୍ୟ ହୋଇଛି । ଏହା କଣ ‘ମୋ ସରକାର’ର ନମୂନା ? ଖୋଦ୍ ବାଙ୍ଗିରୀପୋଷି ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଯଦି ଏଭଳି ସ୍ଥିତି ଦେଖା ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ରାଜ୍ୟସରକାର ତୁରନ୍ତ ମୃତକ ତୁଳସୀ ମୁଣ୍ଡା ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ସନ୍ତାନର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛନ୍ତି । 

ସ୍ୱାସ୍ଥ୍ୟସେବାକୁ ରାଜ୍ୟସରକାର ଗୁରୁତର ସହ ନେଉ ନାହାଁନ୍ତି । କେବଳ ବିଜ୍ଞାପନରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା, ଜନନୀ ସୁରକ୍ଷା, ମମତା, ନିରାମୟ, ନିଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ସ୍ଥାନ ପାଇଛି । ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଭୋଟ ହାତେଇବା ପାଇଁ ସ୍ୱାସ୍ଥ୍ୟ ସେବା ନାଁରେ ଏମିତି ଅନେକ ଯୋଜନା କରିଛନ୍ତି ରାଜ୍ୟସରକାର | କିନ୍ତୁ ଯାହାଙ୍କ ପାଇଁ ଏ ଯୋଜନା ହୋଇଛି ସେମାନଙ୍କ ପାଖରେ ଏ ଯୋଜନା ପହଂଚିବା ସାତସପନ ପାଲଟୁଛି । ଆମ୍ବୁଲାନ୍ସ ପହଂଚିବା କାରଣରୁ ରାଜ୍ୟରେ ପ୍ରତ୍ୟେକ ଦିନ ଗର୍ଭବତୀ ମହିଳା ଖଟରେ, କାନ୍ଧରେ, ବେତ ଟୋକେଇରେ ବୁହା ହୋଇ ମେଡିକାଲରେ ପହଂଚୁଛନ୍ତି । ଅନେକ ସମୟରେ ଗର୍ଭବତୀ ମହିଳା ରାସ୍ତାକଡରେ ପ୍ରସବ କରି ମୃତ ଶିଶୁକୁ ଜନ୍ମ କରନ୍ତି ଅବା ମା’ ଶିଶୁ ଅଧିକ ରକ୍ତସ୍ରାବ ଯୋଗୁଁ ମୃତୁ୍ୟବରଣ କରନ୍ତି । ଏହା କ’ଣ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବିକାଶ ବୋଲି ଶ୍ରୀ ଟୁଡୁ ପ୍ରଶ୍ନ କରିଛନ୍ତି । 

ଏହି ପ୍ରତିନିଧୀ ଦଳରେ ବାଙ୍ଗିରୀପୋଷ ବିଜେପି ବିଧାୟକ ପ୍ରାର୍ଥୀ ସୁକୁଡା ମୁର୍ମୁ, ମୟୁରଭଂଜ ଜିଲ୍ଲା ସଭାପତି ଓ ମୋରଡା ବିଜେପି ବିଧାୟକ ପ୍ରାର୍ଥୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଦୋଳ ଗୋବିନ୍ଦ ବେହେରା ପ୍ରମୁଖ ସାମିଲ ଥିଲେ ।

Pls read related story  : http://www.shasakprashasak.com/index.php/state/9156-2019-10-05-12-48-11

0
0
0
s2sdefault