ହେଡଲାଇନସ୍:

ଶ୍ରୀରଘୁନାଥଜିଉଙ୍କ ମନ୍ଦିରରେ ପାଳିତ ହେଲା ଦେବ ଦିପାବଳୀ ନୀତି,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡଗାଁ,୧୯।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଦେବ ଦିପାବଳୀ ପର୍ବ ପାଳିତ ହୋଇଯାଇଛି । ମାନବୀୟ ମୂଲ୍ୟ ବୋଧକୁ ସମ୍ମାନ ଜଣାଇ ଆସିଥିବା ପୁରୁଷୋତମ ପ୍ରଭୁ ଶ୍ରୀରାମ ଆଜି ମାର୍ଗଶୀର ଅମାବାସ୍ୟା ତିଥିରେ ପିତୃ ପୁରୁଷଙ୍କ ଉଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରିଥିଲେ । ଏହି ପର୍ବ ଅବସରରେ ସ୍ଥାନୀୟ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରରେ ଦେବ ଦିପାବଳୀ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ପଭୁଙ୍କର ଶୁଭ୍ର ଶ୍ରାଦ୍ଧ ବେଶ ଦର୍ଶନକରିବାର ସୈାଭାଗ୍ୟ ଅର୍ଜନ କରିଥିଲେ । ୫.୩୦ରେ ସନ୍ଧ୍ୟା ଧୁପ ପରେ ୩ଟି ମହା ଦୀପକୁ ପାଳିଆ ପଣ୍ଡାଙ୍କ ଦ୍ୱାରା ରତ୍ନ ବେଦିରେ ସ୍ୱତନ୍ତ୍ର ଭାବରେ ସଂସ୍କାର କରାଯାଇଥିଲା । ଏବଂ ପରେ ଶ୍ରୀ ଜିଉଙ୍କ ପିତୃ ପୁରୁଷ ଓ ମାତୃଗଣଙ୍କ ଉଦେଶ୍ୟରେ ମନ୍ଦିର ଟହଲିଆଙ୍କ ଦ୍ୱାରା ସେହି ଦୀପ ଗୁଡ଼ିକୁ ମନ୍ଦିର ସୁବର୍ଣ୍ଣ କଳଶ ଅଂଳା ବେଢାରେ ସ୍ଥାପନ କରିଥିଲେ । ମନ୍ଦିର ପରିଚ୍ଛା, ପାଳିଆ ପଣ୍ଡା, ମନ୍ଦିର ପରିଚାଳକ ଓ ପୁଜକ ପରିଷଦ ସଭାପତିଙ୍କ ସହିତ ସମସ୍ତ ସେବକମାନଙ୍କ ଦ୍ଵାରା ଆଜିର ମହାନ ଦେବଦୀପାବଳୀ ତଥା ଦେବ ଶ୍ରାଦ୍ଧ ନୀତି କାନ୍ତୀ ଶୃଙ୍ଖଳିତ ସହକାରେ ସମ୍ପନ୍ନ ହୋଇଥିଲା ।

0
0
0
s2sdefault