ହେଡଲାଇନସ୍:

ସେଞ୍ଚୁରୀୟାନ କ୍ଳବ ଆଫ୍ରିକା ଏକାଦଶକୁ ହରାଇ ଭୁବନେଶ୍ୱର ଦଳ ଫାଇନାଲରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୬୪ତମ ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫


ଓଡ଼ଗାଁ ୨୦/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଶରଣକୁଳ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୬୪ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଗୁରୁବାର ପଞ୍ଚମ ଦିନରେ ସେଞ୍ଚୁରୀୟାନ କ୍ଳବ, ଆଫ୍ରିକା ଏକାଦଶକୁ ହରାଇ ଗନ୍ଦରପୁର ଫୁଟବଲ କ୍ଲବ, ଭୁବନେଶ୍ବର ୦-୧ ଗୋଲରେ ବିଜୟ ହାସଲ କରିଥିବା ବେଳେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଖେଳର ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ଘମାଘୋଟ ସଂଘର୍ଷ ଲାଗିରହିଥିଲା । ହେଲେ ଉଭୟ ପକ୍ଷ କେହି କାହାରିକୁ ଗୋଲ ସ୍କୋର କରିବା ସମ୍ଭବ ହୋଇନଥିଲା । ତେବେ ଖେଳର ଦ୍ବିତୀୟାର୍ଦ୍ଧର ୨୩ ମିନିଟ ସମୟରେ ଭୁବନେଶ୍ବର ଦଳ ୮ନମ୍ବର ଜର୍ସି ଚନ୍ଦନ ନାୟକ ଆଫ୍ରିକା ଏକାଦଶକୁ ଏକ ଗୋଲ ସ୍କୋର କରିବାରେ ସମର୍ଥ ହୋଇଥିଲେ । ବହୁ ଚେଷ୍ଟା କରି ମଧ୍ୟ ଆଫ୍ରିକା ଏକାଦଶ ଗୋଲ ସୁଝାଇ ପାରି ନଥିଲେ । ଫଳରେ ଭୁବନେଶ୍ବର ଗନ୍ଦରପୁର ବିଜୟ ହାସଲ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲେ । ରାଜୁ ମହାନ୍ତି ଖେଳ ପରିଚାଳନା କରିଥ‌ିବା ବେଳେ ପ୍ରସନ୍ନ କୁମାର ନାୟକ, ଜ୍ୟୋତି ରଞ୍ଜନ ସ୍ବାଇଁ, ଜଗ ଜଗନ୍ନାଥ ପରିଡ଼ା ଲାଇନରେ ସହାୟତା କରିଥିଲେ। ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ ଏବଂ ସମାଜସେବୀ ସନ୍ତୋଷ କୁମାର ପାତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ବର ଦଳର ୮ ନମ୍ବର ଜର୍ସି ଚନ୍ଦନ ନାୟକ ଅତିଥିଙ୍କ ଠାରୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ଗ୍ରହଣ କରିଥିଲେ ।

0
0
0
s2sdefault