ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୦.୧୧. ୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲାରେ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ଉତ୍ସବ ଜ଼ିଲ୍ଲାପାଳ, ଜଗତସିଂହପୁରଙ୍କ ପୌରୋହିତ୍ୟରେ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥୀ ଭାବେ ମାନ୍ୟବର ସାଂସଦ, ଜଗତସିଂହପୁର ଡ ବିଭୁ ପ୍ରସାଦ ତରାଇ ଯୋଗଦେଇଥିଲେ | ଡଃ. ବିଭୁ ପ୍ରସାଦ ତରାଇ, ମାନ୍ୟବର ସାଂସଦ, ଜଗତସିଂହପୁର ନୂତନ ସମବାୟ ସମିତି ଗଠନ ଦ୍ୱାରା ଚାଷୀ ମାନଙ୍କର ଉନ୍ନତି, ସମାଜର ଉନ୍ନତି ତଥା ତୃଣମୂଳ ସ୍ତରରେ ଲୋକଙ୍କ ଉନ୍ନତି ଏବଂ ଭାରତ ସରକାରଙ୍କ PM-କିସାନ ଓ MSME ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ସମିତି ଗଠନଦ୍ୱାରା ଚାଷୀମାନଙ୍କର କିପରି ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ହୋଇପାରିବ ସେ ବିଷୟରେ ନିଜର ମତବ୍ୟକ୍ତ କରିଥିଲେ | ସଭାରେ ଅଧ୍ୟକ୍ଷତା କରି ଶ୍ରୀଯୁକ୍ତ ଜେ.ସୋନାଲ(ଭା.ପ୍ର.ସେ),ଜ଼ିଲ୍ଲାପାଳ, ଜଗତସିଂହପୁର ଜିଲ୍ଲାର ସ୍ଥାନୀୟ ଉତ୍ପାଦର ମୂଲ୍ୟଵର୍ଦ୍ଧନ କରାଗଲେ, ଏହା ଜିଲ୍ଲା ଓ ଜିଲ୍ଲା ବାହାରେ ଲୋକମାନଙ୍କ ଦ୍ୱାରା ଆଦୃତ ହେବା ସଙ୍ଗେ ସଙ୍ଗେ ଚାଷୀମାନଙ୍କର ଆର୍ଥିକ ଉନ୍ନତି ସାଧନ ହେବ | ଜିଲ୍ଲାପାଳ ଅଧିକରୁ ଅଧିକ ଚାଷୀମାନଙ୍କୁ ସମବାୟ ଅନୁଷ୍ଠାନ ଗୁଡିକରେ ଯୋଡିହବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ | ସେ ମଧ୍ୟ ସଶକ୍ତ ସମବାୟ, ସୁଦୃଢ ସମାଜ , ସମୃଦ୍ଧ ଜୀବନର ବାର୍ତ୍ତା ଦେଇଥିଲେ ।
ଉତ୍ସବର ପ୍ରାରମ୍ଭରେ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ଶତପଥି, ଉପନିବନ୍ଧକ ସମବାୟ ସମିତି ସମୂହ , ଜଗତସିଂହପୁର ବିଭାଜନ,  ଜଗତସିଂହପୁର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମବାୟର ଲକ୍ଷ୍ୟ, ଉଦ୍ଦେଶ୍ୟ, ରୁଗ୍ଣ ସମିତି ମାନକଂର  ପୁନରୁଦ୍ଧାର ଓ ସମିତି ମାନଙ୍କରେ ବ୍ୟବସାୟ ବିବିଧତା ପାଇଁ ଭାରତ ସରକାରଙ୍କ ୫୬ଟି ନୂତନ ପଦକ୍ଷେପ ଉପରେ ସଂକ୍ଷେପରେ ନିଜର ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଅନନ୍ତ ସାମଲ,  ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କମ୍ପୁଟରୀକରଣ, ଗୃହ, ଚାଷ ଋଣ ଏବଂ କେନ୍ଦ୍ରୀୟ ସଫ୍ଟୱେର୍ NLPS ଉପରେ ନିଜର ମତବ୍ୟକ୍ତ ରଖିଥିଲେ ଏବଂ ଶ୍ରୀଯୁକ୍ତ ଦିଗମ୍ବର ନାୟକ, ମହା ପରିଚାଳକ, କଟକ ଦୁଗ୍ଧ ସଂଗଠନ ସମବାୟ ସମିତିମାନଙ୍କୁ ଚାଷ ଋଣ ସହ ଦୁଗ୍ଧ ସଂଗ୍ରହ କେନ୍ଦ୍ର କରିବା ପାଇଁ ଉତ୍ସାହିତ କରିଥିଲେ  । ଡଃ. ବିଜୟ କୁମାର ବିଶ୍ବାଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପଞ୍ଚାୟତସ୍ତରରେ ସମବାୟ ପରିଶେଷରେ ବକୃତା ଓ ନିବନ୍ଧ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଏହାପରେ ରଶ୍ମିପ୍ରଭା ଦାସ,ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ  , ଜଗତ୍ସିଂହପୁର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ର, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ଜଗତ୍ସିଂହପୁର ବିଭାଜନ ଏବଂ ସୂର୍ଯ୍ୟ କାନ୍ତ ଦାସ, ସମ୍ପାଦକ , RMC, ଜଗତସିଂହପୁର  ମଧ୍ୟ ଉପସ୍ଥିତ ଥିଲେ | ଉପନିବନ୍ଧକ, ସମବାୟ ସମିତି ସମୂହ ଏବଂ ସହକାରୀ ନିବନ୍ଧକଙ୍କ ,ସମବାୟ ସମିତି ସମୂହ କାର୍ଯ୍ୟାଳୟର ବିବେକାନନ୍ଦ ବେହେରା ,ରାଖାଲ ଚନ୍ଦ୍ର ସାମଲ , ସୁମନ ବେହେରା , ମିତାଲି ବୋଷ , ଚିତ୍ରା ଚିନ୍ମୟୀ ଦାସ, ସ୍ଵର୍ଣ୍ଣଲତା ନାୟକ, ପିଙ୍କି ହାଂସଦା ଏବଂ ରୁବୁ ମହାନ୍ତି ଉପସ୍ଥିତ ଥିଲେ ।

0
0
0
s2sdefault