ହେଡଲାଇନସ୍:

ଟିକିରିର ପୂର୍ବତନ ହୋମଗାର୍ଡ଼ ରସିକ ନାଏକଙ୍କ ପରଲୋକ – ଅଞ୍ଚଳରେ ଶୋକର ଛାୟା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଟିକିରି ସଦର ବାସିନ୍ଦା ଓ ପୂର୍ବତନ ଟିକିରି ଥାନାର ସହଯୋଗୀ ହୋମଗାର୍ଡ଼, ସୁନ୍ଦର ହୃଦୟ ମଣିଷ ସ୍ୱର୍ଗତ ଶ୍ରୀ ରସିକ ନାଏକ ଆଜି ପ୍ରାୟ ସକାଳ ୧ଘଟିକା ସମୟରେ କଟକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଦେହାନ୍ତରେ ଅଞ୍ଚଳରେ ଶୋକ ର ଛାୟା ପଡ଼ିଛି।
ମେଳାପୀ ମଣିଷ ଭାବେ ପରିଚିତ ରସିକ ନାଏକ ନିଜ କାର୍ଯ୍ୟକ୍ଷେତ୍ରେ ସତତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ପ୍ରତୀକ ଭାବେ ଜଣାଶୁଣା ଥିଲେ। ଅତ୍ୟନ୍ତ ଦୟାଳୁ ଓ ସରଳ ମନର ରସିକ ନାଏକଙ୍କ ବିଦାୟ ଅଞ୍ଚଳ ପାଇଁ ଅପରିହାର୍ଯ୍ୟ ହାନି ଭାବେ ବର୍ଣ୍ଣିତ ହେଉଛି।
ପରଲୋକୀ ରସିକ ନାଏକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅଞ୍ଚଳବାସୀ ଶୋକ ସମ୍ବେଦନାଜଣାଇବା ସହ ପ୍ରଭୁ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ଶୋକାକୁଳ ପରିବାରକୁ ଧର୍ଯ୍ୟ–ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

0
0
0
s2sdefault