ହେଡଲାଇନସ୍:

ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ରେ ଶୁନ୍ୟ ମୃତାହତ ପକ୍ଷ ପାଳନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ବାଣୀଜ୍ୟ ଓ ପରିବହନ ବିଭାଗ ଓଡ଼ିଶା ତରଫରୁ ସାରା ରାଜ୍ୟରେ ନଭେମ୍ବର ୧୬ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସଚେତନତା ସହିତ ଶୁନ୍ୟ ମୃତାହତ ପକ୍ଷ ପାଳନ ଜାରି ରହିଛି । ଏହି ଅବସରରେ ଭଞ୍ଜନଗର ସହରର ଏକମାତ୍ର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ଆଜି ଏକ ସଚେତନତା ତଥା ଶୁନ୍ୟ ମୃତାହତ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋଇଥିବା ପ୍ରଥମ କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ ଅନୁଷ୍ଠାନ ର ଶତାଧିକ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ।। ଆଜିର ଏହି ଶୂନ୍ୟ ମୃତାହତ ପକ୍ଷ କାର୍ଯ୍ୟକ୍ରମ ପାଳନ ଅବସରରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ଏମ୍.ଭି.ଆଇ କିଶୋର କୁମାର ଦେ ଓ ଆସିଷ୍ଟାଣ୍ଟ ଟ୍ରାଫିକ୍ ସୁପରିଣ୍ଟେଣ୍ଡେଣ୍ଟ୍ ଇନିକ୍ସପେକ୍ଟର୍ ଶେଖ୍ ଅନସୁଦ୍ଦିନ୍ ସଭାରେ ମଞ୍ଚାସିନ ଥିଲେ।ତତ୍ ସହିତ ଉକ୍ତ ଅନୁଷ୍ଠାନ ର ଅଧ୍ୟକ୍ଷ ଧନଞ୍ଜୟ ବାଙ୍କୀ ରାଓ ଙ୍କ ସହିତ ସଞ୍ଜିବ ହାଁସଦା, ଦିବ୍ୟ ରଞ୍ଜନ ଦାସ, ଜଗନ୍ନାଥ ଟୁଡୁ, ଦେବେନ୍ଦ୍ର ଧିର୍, ଶୁଭେନ୍ଦୁ ଅମିତାଭ୍ ପଟ୍ଟନାୟକ, ମଞ୍ଜୁଳା ଭୂୟାଁ ଓ ଭକ୍ତରାମ ଦାସ୍ , ରାମଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ଉପସ୍ଥିତ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବିଷୟରେ ଅବଲୋକନ କରାଯାଇଥିଲା । ସରକାରଙ୍କ ଦ୍ଵାରା ପ୍ରଦତ୍ତ ସ୍ଲୋଗାନ ପ୍ରତ୍ୟେକ ଜୀବନ ମୁଲ୍ୟବାନ, ସଭିଏଁ ହେବା ଯତ୍ନବାନ କୁ ବ୍ୟାପକ କରିବା ପାଇଁଁ ଗୁରୁତ୍ୱ ଦିଆଯାଇଥିଲା। ସଡକ ସୁରକ୍ଷା ମାନିବା, ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନେଇ ଆଲୋଚନା ହୋଇଥିଲା। ଗାଡି ଚଲାଇବା ବେଳେ ସିଟ୍ ବେଲ୍ଟ ବାନ୍ଧିବା, ବାଇକ୍ ଚାଳକ ହେଲମେଟ ପିନ୍ଧିବା, ମୋବାଇଲରେ କଥା ନ ହେବା, ମଦ୍ୟପାନ କରି ଗାଡି ନ ଚଲାଇବା ନେଇ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ଏମ୍ ଭି ଆଇ ଓ ଅନ୍ୟମାନେ ସଚେତନତା କରାଇଥିଲେ । ଏଥି ସଲଗ୍ନ ଅନେକ ସଚେତନତା କାର୍ଯ୍ୟକ୍ରମ କୁ ଏଲ୍ ଇ ଡି ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା। ଆଗକୁ ମଧ୍ୟ ଏପରି ଅନେକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମାନ ଏକ ପକ୍ଷ ବ୍ୟାପି ଅନୁଷ୍ଠିତ ହେବ।

0
0
0
s2sdefault