ହେଡଲାଇନସ୍:

କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂପୁରରେ ବୈଜ୍ଞାନିକ ପଦ୍ଧତିରେ ଅଣ୍ଡା ଦିଆ କୁକୁଡ଼ା ପାଳନ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୦.୧୧. ୨୦୨୫/ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୁଲ୍ୟରେ ଯୁବଉଦ୍ୟୋଗୀ ମାନଙ୍କ ପାଇଁ ଅଣ୍ଡା ଦିଆ କୁକୁଡ଼ା ପାଳନ ବିଷୟରେ ଏକ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଜଗତସିଂହପୁରର ମିଳିତ ଉଦ୍ୟମରେ ଏହି ତାଲିମରେ କୁଜଙ୍ଗ ବ୍ଲକର ବିଭିନ୍ନ ଗ୍ରାମରୁ ୨୦ ଜଣ ଯୁବଉଦ୍ୟୋଗୀ ଭାଗ ନେଇଥିଲେ। ଏହି ତାଲିମ ତା ୧୮.୧୧. ୨୦୨୫ ରିଖ ରୁ ଆରମ୍ଭ ହୋଇ ତା ୨୦.୧୧.୨୦୨୫ ରିଖରେ ସମ୍ପନ୍ନ ହୋଇଛି। ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ଜୀବନଜିତ ସେନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରାଣୀ ବିଜ୍ଞାନୀ ଡ. ତପନ ପଲାଇ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଜୟପ୍ରକାଶ ଭଞ୍ଜ ଏବଂ ଡ. ସୁଜିତ୍ କୁମାର ବିଶ୍ବାଳ ଭାଗ ନେଇଥିବା ଚାଷୀମାନଙ୍କୁ କୁକୁଡ଼ା ପାଳନ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। ଅଣ୍ଡା ଦିଆ କୁକୁଡ଼ା ପାଳନରେ ଗୃହ ପରିଚାଳନା, ଖାଦ୍ୟ ପରିଚାଳନା, ରୋଗ ପରିଚାଳନା, ଟୀକାକରଣ, ପ୍ରକଳ୍ପ ପ୍ରସ୍ତୁତି ଆଦି ବିଷୟରେ ସମସ୍ତ ଜ୍ଞାନ ପ୍ରଦାନ କରାଯାଇଥିଲା। ତାଲିମ କାର୍ଯ୍ୟକ୍ରମ ର ୨ୟ ଦିନରେ ଚାଷୀ ମାନେ କୋଲଟା,ତିର୍ତ୍ତୋଲ ଠାରେ ଅବସ୍ଥିତ ଅଣ୍ଡା ଦିଆ କୁକୁଡ଼ା ଫାର୍ମ ପରିଦର୍ଶନରେ ଯାଇ ଫାର୍ମ ପରିଚାଳନାର ସମସ୍ତ କାର୍ଯ୍ୟ ଦେଖି ଶିଖିଥିଲେ। ଡ.ଅଜୟ କୁମାର ସାହୁ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ, ଏବଂ ଡ.ଯଦୁନାଥ ପରିଡା ସହକାରୀ ପ୍ରାଣୀ ସମ୍ପଦ ଅଧିକାରୀ ଭାଗ ନେଇଥିବା ଯୁବଉଦ୍ୟୋଗୀ ମାନଙ୍କୁ କୁକୁଡ଼ା ପାଳନର ବିଶେଷ ମହତ୍ତ୍ଵ ଏବଂ ବାୟୋ ସୀକ୍ୟୁରିଟି, ପୋଲ୍ୟୁସନ କଣ୍ଟ୍ରୋଲ ଏବଂ ଆବର୍ଜନା ପରିଚାଳନା ବିଷୟରେ ବୁଝାଇଥିଲେ। ୩ୟ ଦିନରେ ଭାଗ ନେଇଥିବା ସମସ୍ତ ଯୁବଉଦ୍ୟୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା,ଡ଼. ପ୍ରଦୀପ୍ତ ମାଝୀ ଡ଼. ଦ୍ୱାରିକା ମୋହନ ଦାସ, ସସ୍ମିତା ପୁରୋହିତ ,ସରିତା ଦାସ ସହଯୋଗ କରିଥିଲେ।

0
0
0
s2sdefault