ଓଡ଼ଗାଁ, ୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ଗାଁ ସେକ୍ସନ ପକ୍ଷରୁ ଏକ ଚାରା ବିତରଣ କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଛି। ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ ଆନୁଷ୍ଠାନିକ ଭାବେ କେନ୍ଦ୍ରର ଉଦ୍ଘାଟନ କରିବା ସହ ଉପସ୍ଥିତ ଲୋକମାନଙ୍କୁ ବିଭିନ୍ନ ପ୍ରଜାତିର ଚାରା ବଣ୍ଟନ କରିଥିଲେ। ଏହି ଅବସରରେ ଅଁଳା, ଗଙ୍ଗଶିଉଳି, ପିଜୁଳି, ଡାଳିମ୍ବ, ଶଜନା ପ୍ରମୁଖ ଫଳ ଓ ଔଷଧୀୟ ବୃକ୍ଷର ଚାରା ପ୍ରାୟ ୫୦ରୁ ଅଧିକ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ପରିବେଶ ସୁରକ୍ଷା ସହ ସବୁଜିମା ବୃଦ୍ଧି କରିବା ଏବଂ ବୃକ୍ଷରୋପଣ ପ୍ରତି ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଅଧିକ ସଂଖ୍ୟକ ଚାରାର ଆବଶ୍ୟକତା ଥିଲେ ନାଉଖାଲସ୍ଥିତ ଚାରା ଉତ୍ପାଦନ କେନ୍ଦ୍ରରୁ ପ୍ରତି ଚାରା ପିଛା ମାତ୍ର ୧ ଟଙ୍କା ବିନିମୟରେ ସଂଗ୍ରହ କରାଯାଇପାରିବେ ବୋଲି ବନପାଳ ସରିତା ବରାଳ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଓଡ଼ଗାଁ ବନାଞ୍ଚଳ ଅଧୀନ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ 'ମା' ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ବୃକ୍ଷରୋପଣ ଅଭିଯାନ ଚାଲିଛି। ଏହି ପଦକ୍ଷେପକୁ ସାଧାରଣ ଲୋକଙ୍କ ପକ୍ଷରୁ ଭଲ ସମର୍ଥନ ମିଳୁଥିବା ବେଳେ ଚାରା ସଂଗ୍ରହ କରି ରୋପଣ କରିବା ପ୍ରତି ଆଗ୍ରହ ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଇଛି।
ରାଜ୍ୟ
ଓଡ଼ଗାଁରେ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ: 'ମା' ପାଇଁ ଗଛଟିଏ' ଅଭିଯାନକୁ ମିଳିଲା ନୂଆ ଦିଶା
- Hits: 116







