ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ଓ ଅପରାହ୍ନ ପରିବାର ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପୁସ୍ତକ ଉନ୍ମୋଚନ ଉତ୍ସବ ୨୦୨୬ ଆୟୋଜନ ପରିପ୍ରେକ୍ଷୀରେ ପାରଳା ର ଯୁବ କବି ଅଞ୍ଜନା ପଟ୍ଟନାୟକ ଙ୍କ ଦ୍ଵାରା ସ୍ୱରଚିତ କବିତା ସଂକଳନ "ଅଞ୍ଜଳୀ" ପୁସ୍ତକ ଉନ୍ମୋଚନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ଡ. ପ୍ରସନ୍ନ ପାଟ୍ଟସାଣି , ବିଶିଷ୍ଠ କବି ପୂର୍ବତନ ସାଂସଦ ଭୁବନେଶ୍ୱର , ଡ ପ୍ରସନ୍ନ ସ୍ୱାଇଁ କୁଳପତି ସଂସ୍କୃତ ବିଶ୍ୱବିଦ୍ୟାଳୟ ଓଡିଶା , ଭୁବନେଶ୍ୱର , ଡ. ମୁନୀନ୍ଦ୍ର ମେହେର ପ୍ରଫେସର ଉତ୍କଳ ବିଶ୍ୱ ବିଦ୍ୟାଳୟ , ଡ. ରକ୍ଷକ ନାୟକ ବିଶିଷ୍ଠ କବି ସମ୍ପାଦକ କଳିଙ୍ଗ ଟିଭି ଭୁବନେଶ୍ୱର , କବି ପ୍ରଶାନ୍ତ ଦାସ ପ୍ରତିଭା ଶ୍ରୀ ମୁଖ୍ୟ , ବାଲେଶ୍ୱର , କିଶୋର ଦିବେଦୀ ଚେରମ୍ୟାନ ୱାର୍ଲଡ ସୋସାଇଟି ଏବଂ ସାମ୍ବାଦିକ , ଡ ଘନଶ୍ୟାମ ବିଶ୍ୱାଳ ଚେରମ୍ୟାନ ସୁଲଗ୍ନା ଏଦୁକାସନ ଟ୍ରଷ୍ଟ , ଭୁବନେଶ୍ୱର , ଫକୀର ମୋହନ ସେନାପତି ଙ୍କ ଅଣ ନାତୁଣୀ ଶ୍ରୀମତୀ ଡକ୍ଟର ମୋନିକା ଦାସ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ ସମେତ ୩୦ଜିଲ୍ଲା ର ବିଶିଷ୍ଠ କବି କବୟିତ୍ରୀ ଙ୍କ ଗହଣରେ ବର୍ଣ୍ଣାଢ଼୍ୟ ସମାରୋହରେ ପୁସ୍ତକ ଟି ଉନ୍ମୋଚନ ହୋଇଥିଲା।
ଏହି ଅବସରରେ ଯୁବ କବି ଅଞ୍ଜନା ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଜିଲ୍ଲା ସଂଯୋଜିକା ଭାବେ ଅଞ୍ଜନା ପଟ୍ଟନାୟକ ଙ୍କୁ "ସୃଜନ ଶ୍ରୀ" ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।
ରାଜ୍ୟ
ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ଓ ଅପରାହ୍ନ ପରିବାର ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପୁସ୍ତକ ଉନ୍ମୋଚନ ଉତ୍ସବ - ୨୦୨୬ ଆୟୋଜନ
- Hits: 33







