( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବରିଷ୍ଠ ଲୋକ ନାଟକ କଳାକାର ବିପ୍ରଚରଣ ସାହୁ ୯୦ ବର୍ଷ ବୟସରେ ବ୍ରହ୍ମପୁର ବାପୁଜୀ ନଗର ୭ମ ସରଣୀସ୍ଥ ସ୍ଵ ବାସଗୃହରେ ବାର୍ଦ୍ଧକ୍ୟ ଜନିତ ପୂର୍ବାହ୍ନ ଘ. ୧୧. ୫୫ ମିନିଟ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ମରଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ସମେତ ଅନ୍ୟ ତିନି ପୁତ୍ର ସୁଦାମ, ସୁଦର୍ଶନ, ଶିଶିର ଏବଂ ଚାରି ବୋହୁ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ। ବିପ୍ର ଚରଣ ଶିଶୁ କାଳରୁ ସ୍ଵ ଗ୍ରାମ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବେଲଗାଁରେ ଥିବା ବିଭିନ୍ନ ନାଟ୍ୟ ଦଳ ସହ ସଂଶ୍ଳୀଷ୍ଟ ଥିଲେ। ଲୋକ ନାଟକ ରାମ ନାଟକ, ଦଣ୍ଡ ସୁଆଙ୍ଗ, ଏବଂ ଗ୍ରାମୀଣ ନାଟକରେ ଅଭିନୟ କରି ନିଜକୁ ଜଣେ ଦକ୍ଷ କଳାକାରର ପରିଚୟ ଛାଡି ଯାଇଛନ୍ତି। ତାଙ୍କ ବିୟୋଗରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ, ମଞ୍ଚଜ୍ୟୋତି, ଶିଳାପଦ୍ମ, ଜାତୀୟ ସଙ୍ଗୀତ କଳାକେନ୍ଦ୍ର ଆଦି ଅନୁଷ୍ଠାନର କର୍ମକର୍ତ୍ତମାନେ ତାଙ୍କର ଶେଷ ଦର୍ଶନ ନିମନ୍ତେ ଉପସ୍ଥିତ ଥଲେ। ତାହାଙ୍କ ବିୟୋଗରେ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି।
ରାଜ୍ୟ
ବରିଷ୍ଠ କଳାକାର ବିପ୍ର ଚରଣ ସାହୁଙ୍କ ବିୟୋଗ।
- Hits: 19







